ଭୁବନେଶ୍ୱର: ମୁମ୍ବାଇରେ ଅଦିନିଆ ରଥଯାତ୍ରା ନେଇ ବଢ଼ୁଛି ଅସନ୍ତୋଷ । ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ଏହାକୁ ବିରୋଧ କରିଛନ୍ତି । ସେ କହିଛନ୍ତ ଯେ, ଇସ୍କନକୁ ତାଗିଦ କରିବାର ସମୟ ଆସିଛି । ଏହି ଅଦିନିଆ ରଥଯାତ୍ରାକୁ ଆମେ ଏବଂ ସବୁ ଜଗନ୍ନାଥ ପ୍ରେମୀ ବିରୋଧ କରିବା ଉଚିତ । ଶ୍ରୀମନ୍ଦିର ପ୍ରଶାସନ ଇସ୍କନକୁ ଏନେଇ ତାଗିଦ କରିବା କଥା । ଏହି ପରାମର୍ଶ ଆମେ ଶ୍ରୀମନ୍ଦିର ପ୍ରଶାସନକୁ ଦେବୁ ବୋଲି କହିଛନ୍ତି ମହେଶ୍ୱର ମହାନ୍ତି ।
ସେପଟେ ଏନେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହି ପ୍ରସଙ୍ଗ ସରକାରଙ୍କ ଜ୍ଞାତ ସାରରେ ଅଛି । ଜଗନ୍ନାଥ ସଂସ୍କୃତି ପ୍ରତି କୁଠାର ଘାତ ଲାଗିଛି । ତେବେ ବାହାର ରାଜ୍ୟ ଓ ବାହାର ଦେଶରେ ସରକାର ଆଇନ ଭିତରେ ବନ୍ଧା ନାହାନ୍ତି । ଏନେଇ ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
ଗତ ସପ୍ତାହରେ ମୁମ୍ବାଇର ଶିବାଜୀ ପାର୍କରେ ଅନୁଷ୍ଠିତ ହୋଇଥିଲା ଅଦିନିଆ ରଥଯାତ୍ରା । ଇସ୍କନ ପକ୍ଷରୁ ଆୟୋଜିତ ହୋଇଥିବା ଏହି ରଥଯାତ୍ରାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏହା ଶ୍ରୀମନ୍ଦିର ବିଧି ପରମ୍ପରା ବିରୋଧୀ ହୋଇଥିବାରୁ ଏହାକୁ ନେଇ ଚାରୁଆଡୁ ବିବାଦ ଉପୁଜିଥିଲା ।
BREAKING NEWS
- ଓୟୁଏଟିରେ ବଡ଼ ଅଘଟଣ: ନିର୍ମାଣାଧୀନ ଗେଟ୍ର ଛାତ ଭୁସୁଡ଼ି ୩ ଶ୍ରମିକ ଆହତ
- ହକି ୱାର୍ଲ୍ଡ କପ୍ ୨୦୨୬: ନେଦରଲ୍ୟାଣ୍ଡସ ବିପକ୍ଷରେ ଭାରତର କର ବା ମର ମୁକାବିଲା
- India, Singapore sign pacts:ସାମୁଦ୍ରିକ ଐତିହ୍ୟ, ଖାଦ୍ୟ ସୁରକ୍ଷା ଓ ଟେଲିକମ୍ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତ ଓ ସିଙ୍ଗାପୁର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ
- ଆସନ୍ତାକାଲି ଭଦ୍ରକ ଜିଲ୍ଲାର ୧୩୯ ସ୍କୁଲ ଛୁଟି ଘୋଷଣା, ୫ ବ୍ଲକର ୨୨୫ ଅଙ୍ଗନବାଡ଼ି ମଧ୍ୟ ଛୁଟି
- ମନି ଲଣ୍ଡ୍ରିଂ ମାମଲା: ଖଣି ବ୍ୟବସାୟୀ ରତିକାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଇଡି, କ୍ରିପ୍ଟୋ ସ୍କାମ୍ରେ ଇଓଡବ୍ଲ୍ୟୁର କଡ଼ା କାର୍ଯ୍ୟାନୁଷ୍ଠାନ
- ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର: ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ
- ଯଶସ୍ୱୀ ଜୈସୱାଲଙ୍କ କଠିନ ଅଭ୍ୟାସ: କଟ୍ ସଟ୍ ସୁଧାରିବାକୁ ନେଟ୍ସରେ ଝାଳ ବୁହାଉଛନ୍ତି ୟଙ୍ଗ୍ ଓପନର୍
- OUAT Bhubaneswar: ଓୟୁଏଟିରେ ଅଘଟଣ;ଭୁଶୁଡ଼ିଲା ନିର୍ମାଣାଧୀନ ଗେଟ୍ର ଛାତ,ଏକାଧିକ ଶ୍ରମିକ ଆହତ
- ଛାତ୍ରଙ୍କ ଉପରେ ପେଲେଟ୍ ଗନ୍ ମାଡ଼ କଲା କିଏ?’: ଥାନା ବାହାରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ, ଶେଷରେ ଝୁଙ୍କିଲା ପୋଲିସ
- ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ: ଇଓଡବ୍ଲ୍ୟୁ ଓ ଏସ୍ଟିଏଫ୍ ଆଇଜି ହେଲେ ହିମାଂଶୁ ଲାଲ

Comments are closed.