ଗଞ୍ଜାମ:ଅନଲାଇନ୍ ବେଟିଂ କୁନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ ଚଢଉ କରାଯାଇଛି। ତେବେ ଆଜି ବୈଦ୍ୟନାଥପୁର ଥାନା ଥାନା ପକ୍ଷରୁ ଆଙ୍କୁଲି ଓଭର ବ୍ରିଜ ନିକଟ ପଣ୍ଡା କଲୋନୀରେ ପୋଲିସ ଚଢାଉ କରିଥିଲା। ପୋଲିସକୁ ଦେଖି କେତେକ ଯୁବକ ଫେରାର ହୋଇଯାଇଥିବା ବେଳେ ଜଣେ ଆଇପିଏଲ ବୁକିଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ଲାଞ୍ଜିପଲ୍ଲୀ ଶିବଶକ୍ତିନଗର ର ରଞ୍ଜନ ସାହୁ(୨୯)।
ଅଭିଯୁକ୍ତ ଠାରୁ ୬୬ହଜାର ଟଙ୍କା ସହ ଦୁଇଟି ମୋବାଇଲ ଓ ଗୋଟିଏ କାର ଜବତ ହୋଇଛି। ସେହିପରି ଲକ୍ଷାଧିକ ଟଙ୍କାର ବ୍ୟାଙ୍କ ବାଲାନ୍ସ ଫ୍ରିଜ କରାଯାଇଛି।
ଅଭିଯୁକ୍ତ ରଞ୍ଜନ ସ୍କାଏ ଏକ୍ସଚେଞ୍ଜ ଓ ବେଟ -୩୬୫ ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ ଜରିଆରେ ଲୋକଙ୍କୁ ଆଇଡି ଓ ପାସୱାର୍ଡ ଦେଇ ବେଟିଂ କରାଉଥିଲେ। ପୋଲିସ ଏହି ମାମଲାରେ ରଞ୍ଜନଙ୍କୁ ରବିବାର ଦିନ କୋର୍ଟ ଚାଲାଣ କରିଛି।