ନୂଆଦିଲ୍ଲୀ: ଗୁଳି ମାରିବା ବନ୍ଦ କର, ଦେଶକୁ ଭାଙ୍ଗିବା ବନ୍ଦ କର । ସୋମବାର କିଛି ଏଭଳି ନାରାରେ କମ୍ପିଥିଲା ସଂସଦ ଗୃହ । ବଜେଟ ଅଧିବେଶନ ଆରମ୍ଭ ହେବା କ୍ଷଣି ଲୋକସଭାରେ ବିରୋଧୀ ନେତାମାନେ ନିଜ ଆସନରେ ଠିଆ ହୋଇ ଗୁଳି ମାରିବା ବନ୍ଦ କର, ଦେଶକୁ ଭାଙ୍ଗିବା ବନ୍ଦ କର ବୋଲି ନାରା ଦେଇଥିଲେ । ରବିବାର ରାତିରେ ଜାମିଆ ବିଶ୍ୱବିଦ୍ୟାଳୟ ବାହାରେ ହୋଇଥିବା ଗୁଳିକାଣ୍ଡକୁ ନେଇ ବିରୋଧୀମାନେ ବିଜେପିକୁ ଟାର୍ଗେଟ୍ କରିଥିଲେ । ସେପଟେ ରାଜ୍ୟ ସଭାରେ ମଧ୍ୟ ନାଗିରକତା ସଂଶୋଧନ ଆଇନ, ଏନ୍ଆର୍ସି ଓ ଏନ୍ପିଆର୍କୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଛି । ବିରୋଧୀମାନେ ଏହି ୩ଟି ପ୍ରସଙ୍ଗରେ ହଙ୍ଗମା କରିଛନ୍ତି । ସିଏଏକୁ ନିରସ୍ତ୍ର କରିବାକୁ ଦାବି କରିଛନ୍ତି । ରାଜ୍ୟସଭାରେ ବିଏସ୍ପି ସାଂସଦ ସତୀଶ ମିଶ୍ରା ସିଏଏକୁ ତତ୍କାଳ ନିରସ୍ତ୍ର କରିବାକୁ ଦାବି କରି ସ୍ଥଗିତ ପ୍ରସ୍ତାବ ଦେଇଥିଲେ ।
ସେହିପରି ସିପିଏମ୍ ଏବଂ ସିପିଆଇ ସଦସ୍ୟମାନେ ବି ରାଜ୍ୟସଭାରେ ସିଏଏ, ଏନ୍ଆର୍ସି ଏବଂ ଏନ୍ପିଆର୍ ପ୍ରସଙ୍ଗରେ ଦେଶରେ ଲାଗି ରହିଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଏସବୁକୁ ସ୍ଥଗତି କରିବାକୁ ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟପଟେ ଲୋକସଭାରେ କଂଗ୍ରେସ ନେତା ତଥା ସାଂସଦ ଅଧୀର ରଂଜନ ଚୌଧୁରୀ, କୋଡିକୁନ୍ନୀଲ ସୁରେଶ ଓ ଗୌରବ ଗୋଗୋଇ ମଧ୍ୟ ସିଏଏ, ଏନ୍ଆର୍ସି ଏବଂ ଏନ୍ପିଆର୍କୁ ସ୍ଥଗତି କରିବାକୁ ପ୍ରସ୍ତାବ ଦେଇଥିଲେ ।
BREAKING NEWS
- ପ୍ଲେ ଅଫ ପ୍ରବେଶ ପାଇଁ ଆରସିବିକୁ ଚେନ୍ନାଇ ସ୍କୋର ୨୦୦ ରନ ତଳେ ରଖିବାକୁ ପଡିବ
- ୨୦୧୮ରୁ୨୨ ମଧ୍ୟରେ କୁଆଡେ ଗଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଗଛ
- ଅତ୍ୟଧିକ ଚାପରେ ରହୁଥିବା ମହିଳାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି
- ସବୁଠାରୁ ଭୟଙ୍କର ଏହି ଆଇଲ୍ୟାଣ୍ଡ, ଗଲେ ହେବ ନିଶ୍ଚୟ ମୃତ୍ୟୁ
- ବିଜେଡି ଘେରିବା ପରେ ରାଜ୍ୟ ବିଜେପି ମୈଦାନକୁ ଛାଡିଲାକି ମୁଖ୍ୟମନ୍ତ୍ରୀ ଚେହେରା?
- ନିଶା ଦ୍ରବ୍ୟ ବିରୁଦ୍ଧରେ ଇସିଆଇର ଅଭିଯାନ; ଜବତର ହୋଇଛି ୪୫% ନିଶା ଦ୍ରବ୍ୟ
- ଘରେ ବସି ଭୋଟ ଦେଲେ ବରିଷ୍ଠ ନେତା ଆଡଭାନୀ, ମୁରଲୀ, ମନମୋହନ ସିଂହ ଓ ଅନସାରୀ
- ଜାଲ୍ ନୋଟ୍ କାରବାର କରି ଲିଙ୍ଗରାଜ ବେହେରା ସଶ୍ରମ କାରାଦଣ୍ଡରେ ଦଣ୍ଡିତ
- ନେତାଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ, ଛାଟ ମାରିଲା କମିଶନରେଟ ପୋଲିସ
- କଡ ଲେଉଟାଉଛି କରୋନା, ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି