ମୁମ୍ବାଇ: ରିିଲିଜ ହୋଇଛି ଅପକମିଂ ଫିଲ୍ମ ‘ମଲଙ୍ଗ’ର ଆଉ ଏକ ନୂଆ ଗୀତ । ଗୀତରେ ଅଭିନେତ୍ରୀ ଦିଶା ପାଟନୀ ନିଜ ସିଜଲିଂ ଲୁକ୍ରେ ଦର୍ଶକଙ୍କୁ ଦିୱାନା କରିଛନ୍ତି । ଏଥିସହ ଗୀତରେ ତାଙ୍କର ଜବରଦସ୍ତ ଡ୍ୟାନ୍ସକୁ ଦେଖି ଫ୍ୟାନ୍ ମାନେ ତାଙ୍କ ଉପରେ ପୁରା ଫିଦା ହୋଇଯିବେ ।
ଏହା ଏକ ପାର୍ଟି ସଙ୍ଗ । ଏହି ଗୀତକୁ ବଲିଉଡ ସିଙ୍ଗର ଏସିସ୍ କୌର ଗାଇଛନ୍ତି । ଗୀତର ଲିରିକ୍ସ ଲେଖିଛନ୍ତି କୁନାଲ ବର୍ମା ଓ କମେଡିଆନ୍ ଭାରତି ସଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା । ଏହାର ମ୍ୟୁଜିକ ଦେଇଛନ୍ତି ରାଜୁ ସିଂହ, କୁନାଲ ମେହେତା, ଚରଣ ସିଂହ ପଠାନିଆ ଓ ଅବ୍ନି ଥମାସ । ଗୀତଟି ରିଲିଜ ହେବାର କିଛି ଘଂଟା ମଧ୍ୟରେ ହିଁ ଏହାକୁ ୨ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଲେଣି ।
ମୋହିତ ସୁରିଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ମଲଙ୍ଗ’ ଆସନ୍ତା ଫେବୃଆରୀ ୭ ତାରିଖରେ ପରଦାକୁ ଆସିବ । ଏହି ଫିଲ୍ମର ଲିଡ୍ ରୋଲରେ ଆଦିତ୍ୟ ରାୟ କପୁର, ଦିଶା ପାଟନି, ଅନିଲ କପୁର ଓ କୁନାଲ ଖେମୁ ଅଛନ୍ତି ।
BREAKING NEWS
- ପ୍ଲେ ଅଫ ପ୍ରବେଶ ପାଇଁ ଆରସିବିକୁ ଚେନ୍ନାଇ ସ୍କୋର ୨୦୦ ରନ ତଳେ ରଖିବାକୁ ପଡିବ
- ୨୦୧୮ରୁ୨୨ ମଧ୍ୟରେ କୁଆଡେ ଗଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଗଛ
- ଅତ୍ୟଧିକ ଚାପରେ ରହୁଥିବା ମହିଳାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି
- ସବୁଠାରୁ ଭୟଙ୍କର ଏହି ଆଇଲ୍ୟାଣ୍ଡ, ଗଲେ ହେବ ନିଶ୍ଚୟ ମୃତ୍ୟୁ
- ବିଜେଡି ଘେରିବା ପରେ ରାଜ୍ୟ ବିଜେପି ମୈଦାନକୁ ଛାଡିଲାକି ମୁଖ୍ୟମନ୍ତ୍ରୀ ଚେହେରା?
- ନିଶା ଦ୍ରବ୍ୟ ବିରୁଦ୍ଧରେ ଇସିଆଇର ଅଭିଯାନ; ଜବତର ହୋଇଛି ୪୫% ନିଶା ଦ୍ରବ୍ୟ
- ଘରେ ବସି ଭୋଟ ଦେଲେ ବରିଷ୍ଠ ନେତା ଆଡଭାନୀ, ମୁରଲୀ, ମନମୋହନ ସିଂହ ଓ ଅନସାରୀ
- ଜାଲ୍ ନୋଟ୍ କାରବାର କରି ଲିଙ୍ଗରାଜ ବେହେରା ସଶ୍ରମ କାରାଦଣ୍ଡରେ ଦଣ୍ଡିତ
- ନେତାଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ, ଛାଟ ମାରିଲା କମିଶନରେଟ ପୋଲିସ
- କଡ ଲେଉଟାଉଛି କରୋନା, ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି