Latest Odisha News

BREAKING NEWS

Trump’s Son Wedding: “ଗଲେ ମରିବି…”, ପୁଅ ବାହାଘରକୁ ଯିବେନି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ:  “ଗଲେ ମରିବି…ନଗଲେ ବି ମରିବି…”, ବିବାହ ବନ୍ଧନରେ ବାନ୍ଧି ହେବେ ପୁଅ । ଯାଇପାରିବେନି ବୋଲି କହିଲେ ଟ୍ରମ୍ପ୍ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏଥର ପ୍ରସଙ୍ଗଟି କୌଣସି ନିର୍ବାଚନ ରାଲି କିମ୍ବା ବୈଦେଶିକ ନୀତି ନୁହେଁ, ବରଂ ଏକ ବ୍ୟକ୍ତିଗତ ପାରିବାରିକ କାର୍ଯ୍ୟକ୍ରମ। ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି, ହେଲେ ବାପା ଡୋନାଲ୍ଡ ଟ୍ରମ୍ପଙ୍କ ପାଖରେ ବିବାହରେ ଯୋଗ ଦେବା ପାଇଁ ସମୟ ନାହିଁ । ଯାହା ଏବେ ଗଣମାଧ୍ୟମ ଏବଂ ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି। ବିବାହ ନେଇ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସେ ବିବାହରେ ଯୋଗ ଦେଲେ ମରିବେ ଏବଂ ନ ଦେଲେ ବି ମରିବେ, ଯାହା ତୁରନ୍ତ ଭାଇରାଲ ହୋଇଥିବା ବେଳେ ସୋସିଆଲ ମିଡିଆରେ ଏବେ ପୁଣି ଟ୍ରମ୍ପଙ୍କ ବୟାନ  ବିତର୍କ ପାଲଟିଛି ।

ଇରାନ ଯୁଦ୍ଧରେ ବ୍ୟସ୍ତ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, “ମୋ ପୁଅ ଚାହୁଁଛି ଯେ ମୁଁ ବିବାହରେ ଯୋଗଦିଏ, କିନ୍ତୁ ଏହା ମୋ ପାଇଁ ସଠିକ୍ ସମୟ ନୁହେଁ।” ମୋ ପାଖରେ ଏବେ ଇରାନ ଭଳି ଏକ ବଡ଼ ସମସ୍ୟା ଅଛି। ସେ ଆହୁରି କଟାକ୍ଷ କରି କହିଛନ୍ତି, “ଯଦି ମୁଁ ଯୋଗ ଦିଏ, ମୋତେ ମାରିଦେବେ ଆଉ ଯଦି ମୁଁ ଯୋଗ ନ ଦିଏ, ତଥାପି ମୋତେ ହତ୍ୟା କରିଯିବ । ନିଶ୍ଚିତ ଭାବରେ ଏହା ମିଥ୍ୟା ଖବର ଦ୍ୱାରା…ଟ୍ରମ୍ପ ଇଙ୍ଗିତ କରିଛନ୍ତି ଯେ, ଯଦି ସେ ବିବାହରେ ଯୋଗ ଦିଅନ୍ତି, ତାଙ୍କୁ ସମାଲୋଚନା କରାଯିବ । ଯଦି ସେ ଯୋଗ ନ ଦିଅନ୍ତି, ତଥାପି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସେ ହିଁ ରହିବେ, ଆଉ ମିଡିଆ ତାଙ୍କ ନାଁରେ ଅନେକ ମିଛ ସତ କହିବ । ନିଃସନ୍ଦେହରେ ଏହା ମିଡିଆ ଦ୍ବାରା ଫେକ୍ ନ୍ୟୁଜ୍ ହେବ ବୋଲି କହି ଗଣମାଧ୍ୟମକୁ କଟାକ୍ଷ କରିଛନ୍ତି ଟ୍ରମ୍ପ ।।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ, ଡୋନାଲ୍ଡ ଟ୍ରମ୍ପ ଜୁନିଅର, ଏହି ସପ୍ତାହାନ୍ତରେ ବାହାମାସରେ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ କରିବାକୁ ଯାଉଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ସେ ପାମ୍ ବିଚ୍ ର ଜଣେ ଜଣାଶୁଣା ସମାଜସେବୀ ଏବଂ ମଡେଲ ବେଟିନା ଆଣ୍ଡରସନଙ୍କୁ ବିବାହ କରୁଛନ୍ତି। ରିପୋର୍ଟ ଅନୁସାରେ, ବିବାହକୁ ବହୁତ ବ୍ୟକ୍ତିଗତ ଏବଂ ଛୋଟ ରଖାଯାଇଛି। ଅତିଥି ତାଲିକା ବହୁତ ସୀମିତ, ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ ଅତି ନିକଟତମ ବନ୍ଧୁମାନେ ସାମିଲ ରହିବେ। ଇରାନ ସହିତ ଜାରି ଉତ୍ତେଜନା ଏବଂ ତାଙ୍କ ନିଜସ୍ୱ ସୁରକ୍ଷା ଚିନ୍ତା ଯୋଗୁଁ ବିବାହରେ ଟ୍ରମ୍ପଙ୍କ ଯୋଗଦାନ ଏପର୍ଯ୍ୟନ୍ତ ଅନିଶ୍ଚିତ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ କହିଛନ୍ତି ।

Leave A Reply

Your email address will not be published.