Latest Odisha News

BREAKING NEWS

ଏବୋଲା ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର: ଏବୋଲା ଭାଇରସ୍ ନେଇ ବିଶ୍ୱସ୍ତରରେ ଚିନ୍ତା ବଢୁଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ସତର୍କତା ବଢାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଆଲର୍ଟ ଜାରି କରାଯାଇଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ମଧ୍ୟରେ କଡ଼ା ନଜର ରଖାଯାଇଛି ।

ନୂଆ ନିର୍ଦ୍ଦେଶ ଅନୁସାରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି। ଏହାସହ ଗତ ୨୧ ଦିନର ଯାତ୍ରା ଇତିହାସ ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଯାତ୍ରୀଙ୍କ ମଧ୍ୟରେ ସନ୍ଦେହଜନକ ଲକ୍ଷଣ ଦେଖାଗଲେ ସେମାନଙ୍କୁ ତୁରନ୍ତ ପରୀକ୍ଷା ଓ ଅଲଗା ନିରୀକ୍ଷଣରେ ରଖାଯିବ।

ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ଯେ, ବିମାନବନ୍ଦରରୁ ବର୍ତ୍ତମାନ କେବଳ ବ୍ୟାଙ୍କକ ସହ ସିଧାସଳଖ ଆନ୍ତର୍ଜାତୀୟ ଯୋଗାଯୋଗ ରହିଛି। ସେଥିପାଇଁ ବ୍ୟାଙ୍କକରୁ ଆସୁଥିବା ଯାତ୍ରୀଙ୍କ ଉପରେ ବିଶେଷ ନଜର ରଖାଯାଉଛି। ବିଶେଷଜ୍ଞ ଦଳ ଯାତ୍ରୀଙ୍କ ସ୍କ୍ରିନିଂ ଓ ପ୍ରୋଫାଇଲିଂ କରୁଛନ୍ତି।

କେନ୍ଦ୍ର ସରକାରଙ୍କ ଆଡଭାଇଜରୀ ଅନୁଯାୟୀ, କଙ୍ଗୋ, ଉଗାଣ୍ଡା ଓ ସାଉଥ ସୁଡାନ ଭଳି ଏବୋଲା ପ୍ରଭାବିତ ଦେଶରୁ ଆସୁଥିବା କିମ୍ବା ସେଠାରୁ ଟ୍ରାନ୍ଜିଟ କରିଥିବା ଯାତ୍ରୀଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଇଛି। ଜ୍ୱର, ମୁଣ୍ଡବିଥା, ଶରୀର ବେଦନା, ବାନ୍ତି କିମ୍ବା ରକ୍ତସ୍ରାବ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ମେଡିକାଲ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି।

ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ସମସ୍ତ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରଟୋକଲ କଡାକଡି ଭାବେ ପାଳନ କରାଯାଉଛି ଓ ଯାତ୍ରୀମାନଙ୍କୁ ଅଯଥା ଭୟଭୀତ ନହୋଇ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.