Latest Odisha News

BREAKING NEWS

ଟ୍ରେଣ୍ଡ କରୁଛି ଏମଏସ ଧୋନୀ ସ୍କାମ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ଚଳିତ ଆଇପିଏଲରେ ନୈରାଶ୍ୟଗନକ ପ୍ରଦର୍ଶନ କରି ପ୍ଲେ ଅଫ ଦୌଡରୁ ବାଦ ପଡିଛି । ସମ୍ପୂର୍ଣ୍ଣ ସିଜନରେ ଦଳର ଷ୍ଟାର ଖେଳାଳି ମହେନ୍ଦ୍ର ସିଂ ଧୋନୀ ଗୋଟିଏ ବି ମ୍ୟାଚ ଖେଳି ନ ଥିଲେ । ଧୋନୀ ସିଜନ ଆରମ୍ଭରୁ ଆଘାତପ୍ରାପ୍ତ ହୋଇଥିଲେ । ଏହା ପରେ ଫ୍ରାଚାଇଜ ପକ୍ଷରୁ ସେ ମ୍ୟାଚ ଖେଳିବେ ବୋଲି ବାରମ୍ବାର ପ୍ରଶଂସକଙ୍କୁ ମିଛ ଆଶ୍ୱାସନା ଦେଇଥିଲେ । ଏବେ ସୋସିଆଲ ମିଡିଆରେ ଏମଏସ ଧୋନୀ ସ୍କାମ ଟ୍ରେଣ୍ଡ କରିବାରେ ଲାଗିଛି । ଚେନ୍ନାଇ ଧୋନୀଙ୍କ ଆଘାତ ସମସ୍ୟା ନେଇ ପ୍ରଶଂସକଙ୍କୁ ଠକି ଥିବା ମଧ୍ୟ ଅଭିଯୋଗ ହୋଇଛି । ପ୍ରଥମରୁ ସେ ଫିଟ ନ ଥିଲେ କହିଥିଲେ ପ୍ରଶଂସକମାନେ ଏହାକୁ ଗ୍ରହଣ କରି ନେଇଥାନ୍ତେ ବୋଲି ଅନୁମାନ କରାଯାଉଛି ।

ପୂର୍ବତନ କ୍ରିକେଟର କ୍ରିଷ୍ମାଚାରୀ ଶ୍ରୀକାନ୍ତ ମଧ୍ୟ ଫ୍ରାଂଚାଇଜ ଉପରେ ପ୍ରଶଂସକଙ୍କୁ ଠକିଥିବା ଅଭିଯୋଗ ଆଣିଛନ୍ତି । ଟିମ ମ୍ୟାନେଜମେଂଟ, ରିତୁରାଜ ଗାଏକ୍ୱାଡ ଓ ଷ୍ଟିଫେନ ଫ୍ଲେମିଂ ବାରମ୍ବାର ଧୋନୀ ଖେଳିବେ କି ନାହିଁ ଠିକରେ କହୁ ନ ଥିଲେ । ପ୍ରଶଂସକ ଭାବନା ସହ ଖେଳିବା ଠିକ ନୁହେଁ ବୋଲି ଶ୍ରୀକାନ୍ତ କହିଛନ୍ତି । ଧୋନୀଙ୍କ ଯୁଗ ଶେଷ ହୋଇଗଲାଣି । ଏହା ପ୍ରଶଂସକମାନେ ମଧ୍ୟ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ଚେନ୍ନାଇ ଟିମ ନେଇ ପାରଦର୍ଶିତା ଅବଲମ୍ବନ କରିଥିଲେ ପ୍ରଶଂସକ ନିରାଶ ହୋଇ ନ ଥାନ୍ତେ ବୋଲି କୁହାଯାଇଛି ।

Leave A Reply

Your email address will not be published.