ନୂଆଦିଲ୍ଲୀ: ଦିଲ୍ଳୀ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- । ଦିଲ୍ଳୀ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ ସୋମବାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀର କରକରଡୁମାଠାରେ ସେ ପ୍ରଚାର କରିଛନ୍ତି । ଏହି ଅବସରରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ସେ ସିଧାସଳଖ କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ବିଗତ କିଛିଦିନ ଧରି ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଳୀର ସିଲମପୁର, ଜାମିଆ ବା ସାହିନବାଗରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି । ତେବେ ଏହା କୌଣସି ସଂଯୋଗ ନୁହେଁ । ଏଗୁଡିକ ପଛରେ ଏକ ପ୍ରକାରର ଷଡଯନ୍ତ୍ର ତଥା ରାଜନୀତି ରହିଛି । ଏଗୁଡିକ ଦେଶକୁ ବଦ୍ନାମ କରିବାକୁ ପ୍ରୟାସ ଚାଲିଛି । ଏଥିରେ ଆମ୍ ଆଦ୍ମୀ ପାର୍ଟି ଓ କଂଗ୍ରେସ ରାଜନୀତି କରୁଛି ବୋଲି ମୋଦି କହିଛନ୍ତି । ନିଜର ଏହି ଭାଷଣରେ ମୋଦି ଧାରା ୩୭୦ ଉଚ୍ଛେଦ ଓ କର୍ତ୍ତାରପୁର କରିଡର ନିର୍ମାଣ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଫେବୃଆରୀ ୧୧ ପରେ ଦିଲ୍ଲୀରେ ବିଜେପି ସରକାର ଗଢ଼ିବ ଏବଂ ବିକାଶକୁ ଗତି ମିଳିବ । ୨୦୨୨ ସୁଦ୍ଧା ଦେଶର ସବୁ ଗରିବ ପରିବାର ପାଖରେ ପକ୍କା ଘର ଥିବ । ଦିଲ୍ଳୀର ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ । ଦିଲ୍ଲୀରେ ଥିବା ଅବୈଧ କଲୋନୀଗୁଡିକୁ ନିୟମିତ କରାଯାଇଛି । ସେଗୁଡିକର ବିକାଶ ପାଇଁ ଏକ ବିକାଶ ବୋର୍ଡ ପ୍ରତିଷ୍ଠା କରାଯାଇଛି । ଏଥିସହ ମୋଦି ଦିଲ୍ଳୀର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ବିକାଶମୂଳକ କାମର ଉପଲବ୍ଧି ମଧ୍ୟ ବଖାଣିଛନ୍ତି ।
BREAKING NEWS
- ବିଜେପିରେ ସାମିଲ ହେଲେ ସେଖର ସୁମନ; କହିଲେ, ଭଗବାନଙ୍କ ନିର୍ଦ୍ଦେଶରେ ମୁଁ ବିଜେପିରେ ମିଶିଲି
- ମାନସିକ ଚାପରେ ଯୁବପୀଢ଼ି ! ଜାଣନ୍ତୁ ସମାଧାନର ବାଟ
- କୁଲଗାମ ଏନକାଉଣ୍ଟର: ୩ ଆତଙ୍କବାଦୀ ନିହତ
- ବୈଷୟିକ ତ୍ରୁଟି ପାଇଁ ସୁନୀତା ୱିଲିୟମ୍ସଙ୍କ ତୃତୀୟ ଥର ମହାକାଶ ଯାତ୍ରା ସ୍ଥଗିତ
- ଶେରଗଡରେ ଭିକେ ପାଣ୍ଡିଆନ, ରୋଡ ସୋ’ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର
- ଜିନିଷ କିଣିବା ବାହାନାରେ ଦୋକାନରୁ ଲୁଟିନେଲେ ନଗଦ ଟଙ୍କା, ସିସିଟିଭିରେ କଏଦ ହେଲା ଦୃଶ୍ୟ
- ତୃତୀୟ ପର୍ଯ୍ୟାୟ ମତଦାନ: ପଶ୍ଚିମବଙ୍ଗରେ ସବୁଠୁ ଅଧିକ ଓ ମହାରାଷ୍ଟ୍ରରେ ସବୁଠୁ କମ୍ ମତଦାନ
- ଫୁଲ ମାର୍କ ୨୦୦ କିନ୍ତୁ ଛାତ୍ରୀ ରଖିଲେ ୨୧୨: ଭାଇରାଲ ହେଲା ଛାତ୍ରୀଙ୍କ ମାର୍କସିଟ୍
- ସଲମାନଙ୍କ ଘର ବାହାରେ ଫାଏରିଂ ଘଟଣା: ରାଜସ୍ଥାନରୁ ୫ମ ଅଭିଯୁକ୍ତ ଗିରଫ, ମୁମ୍ବାଇ କୋର୍ଟରେ କରାଯିବ ହାଜର
- ଓଡିଶାବାସୀଙ୍କୁ ଭୋଟ ଅପିଲ୍ କରିବେ ହେମାମାଳିନୀ