ମୟୂରଭଞ୍ଜ:ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ଯୁବକ ହେଲେ ମାଣିନ୍ଦା ଗାଁର ବ୍ରହ୍ମାନନ୍ଦ ଗିରି ।
୭ ବର୍ଷ ଧରି ପାଖ ଜଣେ ଯୁବତୀଙ୍କୁ ଭଲ ପାଇ ଆସିଥିଲେ ବ୍ରହ୍ମାନନ୍ଦ । ସେ ଯୁବତୀଙ୍କ ଘର ଲୋକେ ପ୍ରେମକୁ ବିରୋଧ କରିବା ସହ ତାଙ୍କୁ ମାରିବାକୁ ଧମକ ଚମକ ଦେଉଥିବା ଭିଡିଓରେ କହିଛନ୍ତି । ଯୁବକ ଜଣକ ପ୍ରେମିକାଙ୍କୁ ନ ପାଇବାରୁ ଶେଷରେ ବିଷ ପିଇ ଦେଇଛନ୍ତି ।
ସୂଚନାଥାଉକି, ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ବ୍ରହ୍ମାନନ୍ଦଙ୍କ ମୃତ୍ୟୁ ଖବର ମିଳିବା ପରେ ମାଣିନ୍ଦା ଗ୍ରାମବାସୀ ଥାନା ରାସଗୋବିନ୍ଦପୁର ଥାନା ସମ୍ମୁଖରେ ପହଞ୍ଚି ଯୁବତୀଙ୍କ ପରିବାର ଲୋକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।