ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ବିଭିନ୍ନ କଲ୍ୟାଣମୂଳକ ଓ ଲୋକାଭିମୁଖୀ ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା ପାଇଁ ରାଜ୍ୟ ସରକାର ନେଲେ ଏକ ବଡ଼ ନିଷ୍ପତ୍ତି । ମେ’ ମାସଠାରୁ ଜୁଲାଇ ପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବେ। ଅଧିକାରୀମାନେ ୨ରୁ ୩ ଦିନିଆ ଜିଲ୍ଲା ଗସ୍ତ କରିବେ। ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରି ସରକାରୀ ଯୋଜନାର କାମକୁ ତଦାରଖ କରିବେ ।
ଏ ନେଇ ଯୋଜନା ଓ ସଂଯୋଜନ ବିଭାଗର ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ସମସ୍ତ ବିଭାଗକୁ ଚିଠି ଲେଖି ସୂଚନା ଦେଇଛନ୍ତି।