Latest Odisha News

BREAKING NEWS

ମୃତ୍ୟୁ ପୂର୍ବରୁ ମାଆଙ୍କୁ ଫୋନ କରି ବିରିୟାନୀ ଖାଇବ ବୋଲି କହିଥିଲା ଷ୍ଟ୍ରିଥାମ୍ ଆତଙ୍କବାଦୀ

ବେଲମାର୍ଶ: ଇଂଲଣ୍ଡନର ଷ୍ଟ୍ରିଥାମରେ ଛୁରା କାଣ୍ଡ ଘଟାଇଥିବା ଆତଙ୍କବାଦୀର ନାମ ଜଣାପଡିଛି । ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିବା ଏହି ଆତଙ୍କବାଦୀର ନାମ ହେଲା ସୁଦେଶ ଆମାନ । ୨୦ ବର୍ଷୀୟ ଏହି ଯୁବକ ବିଷୟରେ ତା’ର ମାଆ ଟିଭିରେ ଜାଣିବା ପରେ ପୋଲିସ ନିକଟରେ ହାଜର ହୋଇଛନ୍ତି ।

BjdElectrycity

୪୧ ବର୍ଷୀୟ ହାଲିମ ଖାଁ ତାଙ୍କ ପୁତ୍ରର ଶବ ନେବା ପାଇଁ ଅନୁରୋଧ କରିଛନ୍ତି । ଏବେ ବି ସେ ବିଶ୍ୱାସ କରିପାରୁ ନାହାଁନ୍ତି ପୁଅ ଏ ଭଳି କାଣ୍ଡ ଘଟାଇଥିବ । ଜେଲ୍‌ରୁ ଫେରିବା ପରେ ସୁଦେଶର ଚାଲିଚଳଣରେ ପରିବର୍ତନ ହୋଇଥିଲା । ସେ କିଛି ଦିନ ମାଆ ପାଖରେ ରହିବା ପରେ ହଠାତ୍ ମଝିରେ ମଝିରେ କୁଆଡେ ପଳାଇ ଯାଏ ।

ଘଟଣା ଘଟାଇବା ପୂର୍ବରୁ ମାଆଙ୍କୁ ମଟନ ବିରିୟାନୀ ରାନ୍ଧିବା ପାଇଁ କହିଥିଲା । ମୁଁ ମଟନ ବିରିୟାନୀ ପ୍ରସ୍ତୁତ କରି ପୁଅର ବାଟକୁ ଚାହିଁ ବସିଥିଲି ବୋଲି ହାଲିମ କହିଛନ୍ତି ।

Leave A Reply

Your email address will not be published.