ଭୁବନେଶ୍ୱର: ଆଇପିଏସ୍ କ୍ୟାଡରରେ ଏକ ଅଦଳବଦଳର ଦୁଇ ଦିନ ପରେ ଓଡ଼ିଶା ସରକାର ସୋମବାର ଦୁଇ ଜଣ ଏସପିଙ୍କ ପୋଷ୍ଟିଂରେ ପରିବର୍ତ୍ତନ କରିଛନ୍ତି।
୨୦୧୩ ବ୍ୟାଚର ଅଧିକାରୀ ସିଆଇଡି-କ୍ରାଇମ୍ ବ୍ରାଞ୍ଚ ଏସପି ପରମାର ସ୍ମିତ ପୁରୁଷୋତ୍ତମଦାସଙ୍କୁ ନୟାଗଡ଼ ବଦଳରେ ଖୋର୍ଦ୍ଧାରେ ଏସ୍ପି ଭାବରେ ବଦଳି କରାଯାଇଛି। ସେହିପରି ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଖୋର୍ଦ୍ଧା ବଦଳରେ ନୟାଗଡ଼ରେ ଦାୟିତ୍ୱ ନେବେ। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ତେବେ ଗତ ୭ ତାରିଖରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଜଣେ ଜିଆରପି କନଷ୍ଟେବଳଙ୍କ ଭିଡ଼ ଲିଞ୍ଚିଂ ପରେ ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଥିଲା। ଏହାରି ମଧ୍ୟରେ ଶନିବାର ସରକାର ୧୦ଟି ଜିଲ୍ଲାରେ ଏସ୍ପିମାନଙ୍କୁ ପରିବର୍ତ୍ତନ କରି ଅନେକ ଅଧିକାରୀଙ୍କୁ ବଦଳି ଏବଂ ପୋଷ୍ଟିଂ କରିଥିଲେ।