Latest Odisha News

୫ମ ଥର ପାଇଁ ଫାଇନାଲରେ ଆରସିବି

ଧର୍ମଶାଳା: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟରରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୯୨ ରନରେ ଗୁଜରାଟ ଟାଇଟାନ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଆରସିବି ଏଥିସହ ୫ମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ ଡେକାନ ଚାର୍ଜର୍ସ, ଚେନ୍ନାଇ ସୁପର କିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦଠାରୁ ହାରି ଦଳ ରନର୍ସଅପ ହୋଇଥିଲା । ଗତ ସଂସ୍କରଣରେ ପଞ୍ଜାବ କିଙ୍ଗସକୁ ହରାଇ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଥିଲା ।

ପ୍ରଥମେ ବ୍ୟାଟିଂ କରି ଆରସିବି ୨୦ ଓଭରରେ ୫ ୱିକେଟ ବିନିମୟରେ ୨୫୪ ରନ କରିଥିଲା । ଅଧିନାୟକ ରଜତ ପାଟୀଦାର ୩୩ ବଲରେ ବିସ୍ଫୋରକ ୯୩ ରନ କରି ଅପରାଜିତ ରହିଥିଲେ । ବିରାଟ କୋହଲି ଓ କୃଣାଳ ପାଣ୍ଡ୍ୟା ୪୩ ଲେଖାଏଁ ରନ କରିଥିଲେ । ଜବାବରେ ଗୁଜରାଟ ୧୯.୩ ଓଭରରେ ୧୬୨ ରନ କରି ଅଲଆଉଟ ହୋଇ ଯାଇଥିଲା । ରାହୁଲ ଟେୱାଟିଆ ୬୮ ରନ କରିଥିଲେ । ସାଈ ସୁଦର୍ଶନଙ୍କୁ ଛାଡିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ । ଜ୍ୟାକବ ଡଫି ୩ଟି ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର, ରସିଖ ସଲାମ ଓ କୃଣାଳ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏଲିମିନେଟର ମୁକାବିଲା ଖେଳାଯିବ । ଏହାର ବିଜେତା ଗୁଜରାଟକୁ ଭେଟିବ ।

Leave A Reply

Your email address will not be published.