Latest Odisha News

BREAKING NEWS

ଚରମସୀମାରେ ପହଞ୍ଚିଲା ରାଗ, ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼: ଗାଁକୁ ସଜାଡିବାକୁ ଆସିଥିବା କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇଥିଲେ ଗ୍ରାମବାସୀ । ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକର ଦୁଧିଆନାଳୀ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଖବର ପାଇ କଂସର ଫାଣ୍ଡି ପୋ0ଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

କାଳବୈଶାଖୀ ଯୋଗୁଁ ୪ ଦିନ ହେଲା ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ଥିଲା । ଗୁରୁବାର ବିଦ୍ୟୁତ ବିଭାଗ ପକ୍ଷରୁ ଏହାକୁ ସଜାଡିବାକୁ ଆସିଥିବାବେଳେ ୩ ଜଣ କର୍ମଚାରୀଙ୍କୁ ଉତ୍ୟକ୍ତ ଗ୍ରାମବାସୀ ଖୁଣ୍ଟରେ ବାନ୍ଧି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଆସିବାକୁ ଦାବି କରିଛନ୍ତି ।

ରାଜ୍ୟରେ ଏବେ ପ୍ରଚଣ୍ଡ ଖରା ତାତିକୁ ବାରମ୍ବାର ବିଦ୍ୟୁତ୍ କାଟ୍ କାରଣରୁ ଅନେକ ଜାଗାରେ ଲେକେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଯେତେ ଅଭିଯୋଗ କରିଲେ ମଧ୍ୟ ବିଦ୍ୟୁତ ବିଭାଗ ଖାମଖିଆଲି ମନୋଭାବ ଯୋଗୁଁ ଲୋକ ତାତିକି ଥିଲେ । ସେପଟେ, ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବା ଯୋଗୁଁ ଫସଲ ଓ ପନିପରିବା ଚାଷ ନଷ୍ଟ ହୋଇଥିବା ଅଭିଯୋଗ କରି ଗ୍ରାମବାସୀ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି ।

Leave A Reply

Your email address will not be published.