Latest Odisha News

BREAKING NEWS

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ବଦଳିଲେ ଆଇଆଇସି

ଭୁବନେଶ୍ବର: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ବଦଳିଲେ ବାରଙ୍ଗ ଥାନାର ଆଇଆଇସି ନିରଞ୍ଜନ ବେହେରା । ତାଙ୍କୁ ବଦଳି କରାଯାଇ କଟକ ଡିସିପି ଅଫିସକୁ ପଠାଯାଇଛି । ବର୍ତ୍ତମାନ ବାରଙ୍ଗ ଥାନାରେ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ ପୁରୀ ଘାଟ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ ।

ଖବର ମୁତାବକ, ୧୬ ତାରିଖରେ ରାକେଶ ସ୍ତ୍ରୀ ନିଖୋଜ ନେଇ ବାରଙ୍ଗ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ। ୨୨ ତାରିଖରେ କାଠଯୋଡ଼ି ନଦୀପଠାରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ମୃତଦେହ ଚିହ୍ନଟ ପାଇଁ ପୋଲିସ ରାକେଶଙ୍କୁ ଥାନାକୁ ଡାକିଥିଲା । ହେଲେ ମୃତଦେହ ସ୍ତ୍ରୀଙ୍କ ନୁହେଁ ବୋଲି କହିବା ପରେ ରାକେଶଙ୍କୁ ବାରଙ୍ଗ ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଗତ ୩ ଦିନ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି ।

ବାରଙ୍ଗ ଥାନାରେ ଥାର୍ଡ଼ ଡିଗ୍ରୀ ଘଟଣାରେ ଗୁରୁତର ଆହତ ହୋଇଥିବା ରାକେଶ ବେହେରା ଓରଫ ମୁନା କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ।

Leave A Reply

Your email address will not be published.