Latest Odisha News

BREAKING NEWS

ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଓଡ଼ିଶାର ୫ ଜିଲ୍ଲା ପାଇଁ ଏକ ସତର୍କ ସୂଚନା ଜାରି କରିଛି।

ଆଗାମୀ ୩ ଘଣ୍ଟା ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ, କଟକ, ଯାଜପୁର, କେନ୍ଦ୍ରାପଡ଼ାର କିଛି ସ୍ଥାନରେ ମଧ୍ୟମ ଧରଣର ଝଡ଼ବର୍ଷା ସହ ବଜ୍ରପାତ ଏବଂ ୫୦-୬୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଆକଳନ କରାଯାଇଛି।

ରେଡ୍ ୱାର୍ଣ୍ଣିଂ: କନ୍ଧମାଳ ଏବଂ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ଝଡ଼ବର୍ଷା ଏବଂ ପବନ (୬୦-୭୦ କିଲୋମିଟର ଘଣ୍ଟା), କୁଆପଥର ମାଡ ହୋଇପାରେ।

ଅରେଞ୍ଜ ୱାର୍ଣ୍ଣିଂ: ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଏବଂ ନୟାଗଡ଼ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ/ସନ୍ଧ୍ୟା ସମୟରେ ବଜ୍ରପାତ ସହିତ ଝଡ଼ବର୍ଷା ଏବଂ ପବନ (୫୦-୬୦ କିଲୋମିଟର ଘଣ୍ଟା) ହୋଇପାରେ। ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ୱରରେ ମଧ୍ୟ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।

ଏହି ୧୦ଟି ଜିଲ୍ଲାର ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ଯାହା ଦ୍ୱାରା ସେମାନେ ବଜ୍ରପାତରୁ ନିଜକୁ ରକ୍ଷା କରିପାରିବେ। ଅପରପକ୍ଷରେ ଚାଷୀମାନଙ୍କୁ କୁଆପଥର ମାଡ଼ରୁ ପନିପରିବା ଏବଂ ଫସଲକୁ ସୁରକ୍ଷା ଦେବା ପାଇଁ ଜାଲ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.