Latest Odisha News

BREAKING NEWS

ନିର୍ବାଚନ ଇସ୍ତାହାର ଘୋଷଣା କଲା ଆପ୍‌; ଉନ୍ନତ ଶିକ୍ଷା, ବିଶୁଦ୍ଧ ଜଳ, ୨୪ ଘଣ୍ଟା ମାର୍କେଟର ପ୍ରତିଶ୍ରୁତି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଲାଗି ଭୋଟଗ୍ରହଣ ଆଉ ୪ଟି ଦିନ ବାକି ଥିବା ବେଳେ ଶାସକ ଆମ୍ ଆଦମୀ ପାର୍ଟି ପକ୍ଷରୁ ନିର୍ବାଚନ ଇସ୍ତାହାର ଘୋଷଣା କରାଯାଇଛି । ଆପ୍ ପୁନର୍ବାର କ୍ଷମତାକୁ ଆସିଲେ ଦିଲ୍ଲୀବାସୀଙ୍କୁ ୨୪ ଘଣ୍ଟିଆ ମାର୍କେଟ, ବିଶୁଦ୍ଧ ଜଳ ଏବଂ ଉନ୍ନତ ଶିକ୍ଷା ଯୋଗାଇ ଦିଆଯିବାକୁ ଏହି ଘୋଷଣା ପତ୍ରରେ ଉଲ୍ଲେଖ ରହିଛି ।

ଆମ୍ ଆଦମୀ ପାର୍ଟି ପକ୍ଷରୁ ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ’୨୮ ପଏଣ୍ଟ ଗ୍ୟାରେଣ୍ଟି କାର୍ଡ଼’ ନାମକ ଆପ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପତ୍ର ଉନ୍ମୋଚନ କରିଛନ୍ତି । ଏହି ଇସ୍ତାହାରରେ କୁହାଯାଇଛି ଯେ, ଘରକୁ ଘର ରାସନ କାର୍ଡ଼ ଦିଆଯିବା ସହିତ ୧ ଲକ୍ଷ ବରିଷ୍ଠ ନାଗରିକମାନଙ୍କ ଲାଗି ମାଗଣା ତୀର୍ଥଯାତ୍ରା ବ୍ୟବସ୍ଥା କରାଯିବ ।

ଏପରିକି ଯଦି କୌଣିସି ସଫାଇ କର୍ମଚାରୀ କର୍ତ୍ତବ୍ୟରତ ସମୟରେ ମୃତ୍ୟୁ ବରଣ କରେ ତେବେ ତାହାର ପରିବାରକୁ ଏକ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ।

ଏହି ଇସ୍ତାହାରଟି ପରିବାରକୁ ଲକ୍ଷ୍ୟ କରି ତିଆରି ହୋଇଥିବା ବେଳେ ପ୍ରତ୍ୟେକଟି ପରିବାର କିପରି ସମୃଦ୍ଧ ହୋଇପାରିବ ତାହାକୁ ଅଗ୍ରାଧିକାର ଦିଆଯାଇଥିବା ଏହି ଅବସରରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ।

Leave A Reply

Your email address will not be published.