ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପି ସଦସ୍ୟଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ଏହାକୁ ନେଇ ଲୋକସଭାରେ ହୋହଲ୍ଲା କରିଛନ୍ତି । ସେ ଶାସକ ଦଳ ବିଜେପିକୁ ରାବଣର ସନ୍ତାନ ସହ ତୁଳନା କରିଛନ୍ତି । ସଂସଦର ଶୂନ୍ୟକାଳରେ ଅଧିର ରଂଜନ ଚୌଧୁରୀ ବିଜେପି ସଦସ୍ୟ ଅନନ୍ତ ହେଗଡେଙ୍କ ସତ୍ୟାଗ୍ରହ ଏକ ଡ୍ରାମା ମନ୍ତବ୍ୟକୁ କାଉଂଟର କରିବାକୁ ଯାଇ ଏଭଳି କହିଛନ୍ତି । ଏଭଳି ମନ୍ତବ୍ୟକୁ ନେଇ ସଂସଦରେ ହୋ ହଲ୍ଲା ହୋଇଥିଲା । ଏହାପରେ ଏହାକୁ ସଂସଦର କାର୍ଯ୍ୟଧାରାରୁ ହଟାଇ ଦିଆଯାଇଛି ।
ଆଜି ଲୋକସକଭାରେ ଶନୂକାଳରେ ଆରମ୍ଭ ହେବା ମାତ୍ରେ ଅଧିର ରଂଜନ ଚୌଧୁରୀ କହିଥିଲେ ଗାନ୍ଧୀ ହେଉଛନ୍ତି ରାମଙ୍କ ପୂଜାରୀ । ବିଜେପି ରାମଙ୍କ ପୂଜାରୀଙ୍କୁ ଅପମାନ କରିଛି । ଏହାପରେ ସେ ବିଜେପିକୁ ରାବଣର ସନ୍ତାନ ସହ ତୁଳନା କରିଥିଲେ । ସେପଟେ ବିଜେପି ସାଂସଦମାନେ ଏଭଳି ମତକୁ ବିରୋଧ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୁର୍ଦ୍ଦାବାଦର ନାରା ଦେଇଥିଲେ । ସୂଚନାଯୋଗ୍ୟ, ବିଜେପି ସଦସ୍ୟ ଅନନ୍ତ ହେଗ୍ଡେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ସ୍ୱାଧୀନତା ଆନ୍ଦୋଳନକୁ ଏକ ନାଟକ ବୋଲି କହିଥିଲେ । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।
BREAKING NEWS
- ମୁଖ୍ୟ ଶାସନ ସଚିବ ନିଯୁକ୍ତି: ଅନ୍ତିମ ଥର କେଉଁ ଅଣ ଓଡ଼ିଣା ଏହି ପଦରେ ବସିଥିଲେ?
- ବିଦ୍ୟୁତ ତାର ସଂସ୍ପର୍ଶରେ ଶ୍ରମିକ ମୃତ
- ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ, ଆଜି ଲାଗିହେବ ଓଷ
- ସାନ ଶଢୁଙ୍କୁ ଗୁଳିକରି ହତ୍ୟା କଲା ବଡ଼ ଶଢୁ
- ଅଗଷ୍ଟ ୨୧ରୁ ସେପ୍ଟେମ୍ୱର ୪ ମଧ୍ୟରେ ହେବ ୟୁଜିସି ନେଟ୍ ପରୀକ୍ଷା
- ରାସ୍ତାକଡ଼କୁ ଖସିଲା ବାଇକ; ଜଣେ ମୃତ, ଜଣେ ଗୁରୁତର
- ଉପବାଚସ୍ପତି ପଦକୁ ନେଇ କଂଗ୍ରେସର ପ୍ଲାନ୍ କ’ଣ, କେବେ ବିରୋଧୀଙ୍କ ପାଖରେ ଏହି ଆସନ ଥିଲା?
- ୨୦୧୩ ପରଠାରୁ ୫ ଆଇସିସି ଟାଇଟଲ ହାତଛଡା କରିଛି ଭାରତ
- ସ୍ୱାମୀଙ୍କୁ ହତ୍ୟା ମାମଲାରେ ସ୍ତ୍ରୀ ଓ ପ୍ରେମିକ ଆଜୀବନ କାରାଦଣ୍ଡରେ ଦଣ୍ଡିତ
- ବୌଦ୍ଧରେ ୩୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ