Latest Odisha News

BREAKING NEWS

ଦିନିକିଆ ସିରିଜ: କୋହଲି, ରୋହିତ ୯ରୁ ଆରମ୍ଭ କରିବେ ଅଭ୍ୟାସ

ନୂଆଦିଲ୍ଲୀ: ଆଇପିଏଲ ଶେଷ ହେବା ପରେ ଟିମ ଇଣ୍ଡିଆ ଆନ୍ତର୍ଜାତୀୟ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଜୁନ ୬ରୁ ଆଫଗାନିସ୍ତାନ ବିପକ୍ଷରେ ଘରୋଇ ପରିବେଶରେ ଟେଷ୍ଟ ସିରିଜ ଖେଳିବ । ଏହି ଏକମାତ୍ର ଟେଷ୍ଟ ପରେ ୧୩ ଜୁନରୁ ଦିନିକିଆ ସିରିଜ ଆରମ୍ଭ ହେବ । ଏଥିପାଇଁ ଦଳର ପ୍ରମୁଖ ଖେଳାଳି ଜୁନ ୯ରୁ ନ୍ୟୁ ଚଣ୍ଡୀଗଡରେ ଅଭ୍ୟାସ ଆରମ୍ଭ କରିବେ । ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ବିଶେଷ ନଜର ରହିବ । ଭାରତୀୟ ଟିମର ସପୋର୍ଟ ଷ୍ଟାଫ ଏଥିପାଇଁ ବିଶେଷ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଯେଉଁ ଖେଳାଳିମାନେ ଉଭୟ ଟେଷ୍ଟ ଏବଂ ଦିିନିକିଆରେ ସ୍ଥାନ ପାଇଛନ୍ତି ସେମାନଙ୍କ ପାଇଁ ୫ରୁ ୬ ନେଟ ବୋଲରଙ୍କୁ ଅଭ୍ୟାସ ପାଇଁ ଡକାଯାଇଛି । ଏଠାରେ ତାପମାତ୍ରା ଅଧିକ ଥିବାରୁ ନିୟମିତ ବୋଲରଙ୍କ ଉପରେ ବେଶୀ ଚାପ ପକା ଯାଇ ନାହିଁ । ବିରାଟ ଓ ଶ୍ରେୟାଶ ଆୟାର ଫିଟ ରହିବା ସହ ଭଲ ଫର୍ମରେ ରହିଛନ୍ତି । ଆଇପିଏଲରେ କୋହଲି ଜବରଦସ୍ତ ପ୍ରଦର୍ଶନ କରି ପ୍ରଭାବିତ କରିଛନ୍ତିି । ଦିନିକିଆ ସିରିଜରେ ସେ ଭଲ ପ୍ରଦର୍ଶନ କରି ୨୦୨୭ ବିଶ୍ୱକପ ପାଇଁ ନିଜ ସ୍ଥିତି ମଜଭୁତ କରିବାକୁ ଚାହିଁବେ । ଅପରପକ୍ଷରେ ରୋହିତଙ୍କ ଫିଟନେସ ନେଇ ଏବେ ବି ସସ୍ପେନ୍ସ ରହିଛି । ସେଂଟର ଅଫ ଏକ୍ସିଲେନ୍ସରୁ ଫିଟ ହେବା ପ୍ରମାଣ ମିଳିଲେ ସେ ଦିିନିକିଆରେ ଖେଳିପାରିବେ ।

Leave A Reply

Your email address will not be published.