ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଦିିନିକିଆ ସିରିଜ ପୂର୍ବରୁ ଭାରତର ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଫିଟନେସ ଟେଷ୍ଟରେ ପାସ କରିଛନ୍ତି । ଉଭୟ ଖୁବ ଶୀଘ୍ର ଟିମ ସହିତ ଯୋଗ ଦେବେ । ଆଇପିଏଲ ଅବସରରେ ରୋହିତ ମାଂସପେଶୀଜନିତ ସମସ୍ୟାରେ ପଡିଥିଲେ । ହାର୍ଦ୍ଦିକ ପିଠିରେ ଯନ୍ତ୍ରଣା ଅନୂଭବ କରୁଥିଲେ । ରୋହିତ ଓ ହାର୍ଦ୍ଦିକଙ୍କୁ ସବଜେକ୍ଟ ଟୁ ଫିଟନେସ ଆଧାରରେ ଦଳରେ ସାମିଲ କରାଯାଇଥିଲା । ବିସିସିଆଇ ସେଂଟର ଅଫ ଏକ୍ସିଲେନ୍ସ ଏହି ଦୁଇ ସିନିୟର ଖେଳାଳିଙ୍କୁ ଫିଟନେସ କ୍ଲିୟରାନ୍ସ ଦେଇଛି ।
ବିରାଟ କୋହଲି ଆଘାତ ସମସ୍ୟା ଯୋଗୁ ପୂର୍ବରୁ ଏହି ସିରିଜରୁ ଓହରି ଯାଇଛନ୍ତି । ଆଇପିଏଲ ଫାଇନାଲରେ ସେ ଆଘାତପ୍ରାପ୍ତ ହୋଇଥିଲେ । କୋହଲି ଫିଟ ହେବାକୁ କିଛି ଦିନ ସମୟ ଲାଗିବ । ସେଥିପାଇଁ ତାଙ୍କ ସ୍ଥାନରେ ଯଶସ୍ୱୀ ଜୈସୱାଲଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ଚୟନ କମିଟି ମୂଖ୍ୟ ଅଜିତ ଅଗରକର କହିଛନ୍ତି ।