Latest Odisha News

BREAKING NEWS

ଆନନ୍ଦ ବଜାର ଓ ପତିତପାବନକୁ ମିଳିଲା ପାଟେଣ୍ଟ

ପୁରୀ: ଆନନ୍ଦବଜାର ହେଉ କି ବଡ଼ଦାଣ୍ଡ, ମହାପ୍ରସାଦ ହେଉ କି ନନ୍ଦିଘୋଷ। ଏଣିକି ଶ୍ରୀମନ୍ଦିର ଓ ଶ୍ରୀଜନ୍ନାଥଙ୍କ କ୍ଷେତ୍ରରେ ବ୍ୟବହୃତ ପ୍ରତିଟି ମୌଳିକ ଶବ୍ଦାବଳୀର ଅପ୍ୟବହାର ଉପରେ ଲାଗିଲା ରୋକ୍। ଶ୍ରୀମନ୍ଦିର ସହ ସମ୍ପର୍କିତ ଦୁଇ ଶବ୍ଦ ଓ ଗୋଟିଏ ଲୋଗୋକୁ ମିଳିଲା ପାଟେଣ୍ଟ। ଆନନ୍ଦ ବଜାର ଓ ପତିତପାବନ ଦୁଇ ଶବ୍ଦାବଳୀକୁ ମିଳିଲା ପାଟେଣ୍ଟ। ଶ୍ରୀ ଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନ୍ ବା SJTA ଲୋଗୋକୁ ମିଳିଲା ପାଟେଣ୍ଟ। ଆହୁରି ୨୬ଟି ନାମ ଆବେଦନ ହୋଇଥିବା ବେଳେ ଅଧିକ ତଥ୍ୟ ଦିଆଯିବ। ଫଳରେ ଅନ୍ୟତ୍ର ବ୍ୟବହାର, ବିକ୍ରି, ପ୍ରସ୍ତୁତି, ଆମଦାନୀ ଉପରେ ଲାଗିଲା ରୋକ୍। ଜଗନ୍ନାଥ ଧାମ ନାମ ପାଇଁ ମଧ୍ୟ ପାଟେଣ୍ଟ ଆବେଦନ କରିଛି ଶ୍ରୀମନ୍ଦିର ପ୍ରଶାସନ।

ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି କିଛି ସ୍ବତନ୍ତ୍ର ଶବ୍ଦର ତଲିକା କରାଯାଥିଲା। ଏହାକୁ ପ୍ୟାଟେଣ୍ଟ କରିବାକୁ ଇଣ୍ଡିଆନ୍ ପାଟେଣ୍ଟ୍ ଅଫିସରେ ଆବେଦନ କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ଆଉ ପ୍ୟାଟେଣ୍ଟ ଅନୁମୋଦନ ମିଳିବା ପରେ ଏସବୁ ଶବ୍ଦ ଉପରେ ଲାଗିଛି କପି ରାଇଟ୍ ନିୟମ। ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ସହ ସଂପର୍କିତ ଶବ୍ଦର ହୋଇପାରିବନି ଏଣେତେଣେ ବ୍ୟବହାର। ମହାପ୍ରଭୁଙ୍କ ସହ ସଂପୃକ୍ତ ପବିତ୍ର ଶବ୍ଦବାଳୀର ବ୍ୟବହାରର ବ୍ୟବସାୟୀକରଣ ଉପରେ ଲାଗିବ ରୋକ୍। ଯେମିତିକି ଅନ୍ୟ କୌଣସି ସ୍ଥାନରେ କିମ୍ବା ବ୍ୟକ୍ତିବିଶେଷ ଆନନ୍ଦବଜାର, ମହାପ୍ରସାଦ, ନନ୍ଦିଘୋଷ, ନୀଳଚକ୍ର, ନୀଳକନ୍ଦର, ନିର୍ମାଲ୍ୟ ଓ ଶ୍ରୀଜଗନ୍ନାଥ ଧାମ ଭଳି ଆହୁରି ଅନେକ ଶବ୍ଦର ବ୍ୟବହାର କରିପାରିବେନି। ପୁରୀ ବାହାରେ ଅନ୍ୟ କୌଣସି ସ୍ଥାନରେ ଶ୍ରୀଜନ୍ନାଥ ସେବା ଓ ବ୍ୟବହାର ବ୍ୟତୀତ ଏଇଭଳି କୌଣସି ଶବ୍ଦକୁ ବ୍ୟବସାୟିକ କିମ୍ବା ଅନ୍ୟ ଉଦ୍ଦେଶ୍ୟରେ ରଖାଯାଇପାରିବ ନାହିଁ।

ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ କମଟି ଗଠନ କରାଯାଇ, ସେହିଭଳି କିଛି ନିର୍ଦ୍ଦିଷ୍ଟ ଶବ୍ଦର ତାଲିକା କରାଯାଇଥିଲା। ଆଉ ଜୁନ୍ ୧ ତାରିଖରେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇଣ୍ଡିଆନ ପାଟେଣ୍ଟ ଅଫିସରେ ଆବେଦନ କରାଯାଇଥିଲା। ସେଠାରୁ ଅନୁମୋଦନ ମିଳିବା ପରେ ଏହିସବୁ ଶବ୍ଦ ଉପରେ ଶ୍ରୀମନ୍ଦିର ପ୍ରଶାସନର କପି ରାଇଟ୍ ଅଧିକାର ରହିବ। ତା ସହ ଶ୍ରୀମନ୍ଦିର ୱାର୍ଡ ମାର୍କ୍ ଓ ଲୋଗୋ ମାର୍କ ନେଇ ମଧ୍ୟ ପ୍ୟାଟେଣ୍ଟ ଅଫିସର ଅନୁମୋନକୁ ଅପେକ୍ଷା କରାଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Leave A Reply

Your email address will not be published.