Latest Odisha News

BREAKING NEWS

ନାଇଟକ୍ଲବ ବିବାଦ: ଷ୍ଟୋକ୍ସ, ଆଟିକସନ ଦ୍ୱିତୀୟ ଟେଷ୍ଟରୁ ବାଦ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଟିମର ଅଧିନାୟକ ବେନ ଷ୍ଟୋକ୍ସ ଓ ପେସ ବୋଲର ଗସ ଆଟିକସନ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତ ଟେଷ୍ଟରୁ ବାଦ ପଡିଛନ୍ତି । ନାଇଟକ୍ଲବ ବିବାଦ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଭିଜ୍ଞ ବ୍ୟାଟ୍ସମ୍ୟାନ ଜୋ ରୁଟଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ପ୍ରଥମ ଟେଷ୍ଟରେ ବିଜୟ ହାସଲ କରିବା ପରେ ରବିବାର ରାତିରେ ଇଂଲଣ୍ଡ ଟିମ ଖୁସୀ ମନାଇଥିଲେ । ଡ୍ରେସିଂ ରୁମରେ ବିଜୟ ଉତ୍ସବ ପାଳନ କରିବା ପରେ ଲଣ୍ଡନର ହ୍ୱାଇଟ ହର୍ସ ପବ ଯାଇଥିଲେ ।

ସେଠାରେ ସେମାନଙ୍କ ସାକ୍ଷାତ ସାରାସେନ୍ସ ରଗବୀ ଟିମର ସଦସ୍ୟଙ୍କୁ ଭେଟିଥିଲେ । ରାତି ୧୧ଟା ପରେ କିଛି ଖେଳାଳି ଚେଲସୀ ସ୍ଥିତ ରେକ୍ସ ରୁମ୍ସ ନାଇଟକ୍ଲବ ଯାଇଥିଲେ । ସେଠାରେ ରାତି ୧ଟା ପରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଷ୍ଟୋକ୍ସ, ଆଟିକସନ ଓ ରଗବୀ ଖେଳାଳି ଟେଟୱା ଓୱା ସାମିଲ ଥିବା ଜଣା ପଡିଥିଲା । ଇସିବି ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୋଷୀ ସାବ୍ୟସ୍ତ ହୋଇଥିବା ଖେଳାଳିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ।

Leave A Reply

Your email address will not be published.