Latest Odisha News

BREAKING NEWS

ବୟସକୁ ରୋକିହେବ ! ମଣିଷଙ୍କ ଉପରେ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ: ମେଡିକାଲ ସାଇନ୍ସ ନିକଟରେ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଲା ରିଭର୍ସ ଏଜିଂ ମାନେ ବୟସକୁ ରୋକିବା । ଏହା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ପ୍ରଥମ ଥର ପାଇଁ ବୟସକୁ ରୋକିବା ପାଇଁ ନିର୍ମିତ ଇଞ୍ଜେକସନକୁ ଗ୍ଲୁକୋମା ପୀଡିତା ଜଣେ ରୋଗୀଙ୍କୁ ଦିଆଯାଇଛି । ଏହି ପରୀକ୍ଷଣର ମୂଖ୍ୟ ଉଦ୍ଦେଶ୍ୟ ବୟସ ବଢ଼ିବା ପରେ ଦୁର୍ବଳ ଓ ଅକାମୀ ହୋଇ ପଡିଥିବା ଅଙ୍ଗଗୁଡିକୁ କାର୍ଯ୍ୟକ୍ଷମ କରିବା । ଇଞ୍ଜେକସନ ନେଇଥିବା ରୋଗୀଙ୍କ ଉପରେ ଏବେ ଡାକ୍ତର ଓ ବୈଜ୍ଞାନିକମାନେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି ।

ଶରୀର ଉପରେ ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ପକାଉଛି କି ନାହିଁ ତାହା ଉପରେ ଅନୁଧ୍ୟାନ କରାଯିବ । ଯଦି ପରୀକ୍ଷଣ ସଫଳ ହୁଏ ତେବେ ଏଜିଂ ଥେରାପୀରେ ନୂଆ ଯୁଗ ଆସିବ । ଏଥିପାଇଁ ବଡ ବଡ କମ୍ପାନୀ ସହଯୋଗ କରୁଛନ୍ତି । ଆମାଜନର ସଂସ୍ଥାପକ ଜେଫ ବେଜୋସ ଓ ଓପନଏଆଇର ସ୍ୟାମ ଅଲଟମ୍ୟାନଙ୍କ ସମେତ ଏଲି ଲିଲି ଓ ମର୍କ ପରି ଔଷଧ କମ୍ପାନୀ ଏଥିରେ ଇନଭେଷ୍ଟ କରିବା ଆରମ୍ଭ କରିଛନ୍ତି । ମୂଷା ଓ ମାଙ୍କଡଙ୍କ ପରେ ଏବେ ମଣିଷଙ୍କ ଉପରେ ଏହାର ପରୀକ୍ଷଣ ଆରମ୍ଭ ହୋଇଛି ।

Leave A Reply

Your email address will not be published.