Latest Odisha News

BREAKING NEWS

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା STF ଟିମ୍; ୨ ଗିରଫ, ୧୦୧ କେଜିରୁ ଅଧିକ ଗଞ୍ଜେଇ ଜବତ

ଭୁବନେଶ୍ୱର:କନ୍ଧମାଳରୁ ଭୁବନେଶ୍ୱର ଦେଇ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଏସ୍ ଟିଏଫ୍ ଟିମ୍ । କୁକୁଡ଼ା ଦାନା ଆଳରେ ଗଞ୍ଜେଇ ଚାଲାଣ କରୁଥିଲେ । ଏହି ମାମଲାରେ ୨ଜଣଙ୍କୁ ଗିରଫ ହୋଇଛନ୍ତି । ପ୍ରାୟ ବର୍ଷେ ହେବ ଏମାନେ ୨୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ କାରବାର କରିଛନ୍ତି ।

ଅଭିଯୁକ୍ତମାନେ ହେଲେ ବୌଦ୍ଧ ଅଞ୍ଚଳର ଜଗଦିଶ ବେହେରା ଓ ସଂଜିତ ଥାଟି । ସେମାନଙ୍କ ଠାରୁ ୧୦୧ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି ।

ସୂଚନାଥାଉକି,ଅଭିଯୁକ୍ତମାନେ ଏକ ଅଟୋ ଯୋଗେ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ କନ୍ଧମାଳରୁ ଭୁବନେଶ୍ବର ଦେଇ ଚୋରା ଚାଲାଣ କରୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଚନ୍ଦକା ଦେଇ ଅନ୍ଧାରୁଆ ରାସ୍ତାରେ ଅଟୋଟି ଯିବାବେଳେ ସେମାନଙ୍କୁ ଧରିଥିଲା`STF ଟିମ୍ ।

Leave A Reply

Your email address will not be published.