ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଫୁଟବଲର ରୋମାଂଚ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ମଧ୍ୟ ଏହାର ଲୋକପ୍ରିୟତା କିଛି କମ ନାହିଁ । ରିପୋଏହି ମେଗା ଇଭେଂଟରେ ଭାରତ ଖେଳୁ ନ ଥିଲେ ମଧ୍ୟ କେତେଜଣ ଭାରତୀୟ ବଂଶୋଦ୍ଭବ ଏଥିରେ ସାମିଲ ଅଛନ୍ତି । ଆସନ୍ତୁ ଏହି ଖେଳାଳିମାନଙ୍କ ଉପରେ ନଜର ପକାଇବା.. ।
ସରପ୍ରୀତ ସିଂ: ନ୍ୟୁଜିଲାଣ୍ଡ ପକ୍ଷରୁ ସରପ୍ରୀତ ସିଂ ଫିଫା ବିଶ୍ୱକପରେ ଖେଳୁଛନ୍ତି । ପଞ୍ଜାବର ଜଳନ୍ଧରରୁ ତାଙ୍କ ପରିବାର ଅକଲାଣ୍ଡରେ ଆସି ରହିଥିଲେ । ସେଠାରେ ସେମାନଙ୍କ ଏକ ଗ୍ରୋସୋରୀ ଷ୍ଟୋର ଅଛି ।
ତହସୀନ ମହମ୍ମଦ ଜମଶୀଦ: ୧୯ ବର୍ଷୀୟ ତହଦୀନ ମହମ୍ମଦ ଜମଶୀଦ ଫିଫା ବିଶ୍ୱକପରେ କାତାର ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ତାଙ୍କ ବାପା କେରଳମର ହୋଇଥିବା ବେଳେ ମାଆ କନ୍ନୁର ବାସିନ୍ଦା । ତହସୀନଙ୍କ ବାପା ମଧ୍ୟ ଜଣେ ଭଲ ଫୁଟବଲ ଖେଳାଳି ।
ସାମ୍ୟୁଏଲ ମୁତୁସ୍ୱାମୀ: ଫ୍ରାନ୍ସ ଟିମର ଅଂଶବିଶେଷ ସାମ୍ୟୁଏଲ ମୁତୁସ୍ୱାମୀ ଜଣେ ମିଡ ଫିଲ୍ଡର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ତାଙ୍କ ବାପା ତାମିଲ ମୂଳର ଇଣ୍ଡୋ ଗ୍ୱାଇଲୋପିୟନ ସମୁଦାୟ ସହ ଜଡିତ ।
ନିଶାନ ଭେଲୁ ପିଲ୍ଲାଇ: ନିଶାନ ଭେଲାପିଲ୍ଲାଇ ଅଷ୍ଟ୍ରେଲିଆ ଟିମରେ ସ୍ଥାନ ପାଇଛନ୍ତି । ତାଙ୍କ ବାପା ଶ୍ରୀଲଙ୍କାର ହୋଇଥିବା ବେଳେ ମା ଏଙ୍ଗଲୋ ଇଣ୍ଡିଆନ । ସେମାନେ ନ୍ୟୁଜିଲାଣ୍ଡରେ ଆସି ରହିଥିଲେ । ନିଶାନ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ବିଶ୍ୱକପ ଦଳରେ ସ୍ଥାନ ପାଇଛନ୍ତି ।