Latest Odisha News

BREAKING NEWS

ବେକରେ ରଶି ଲଗାଇ ଝୁଲି ପଡିଲେ ଏମସିଏଲର ମହିଳା କର୍ମଚାରୀ; କାରଣ ଅସ୍ପଷ୍ଟ

ସମ୍ବଲପୁର: ବେକରେ ରସି ଲଗାଇ ଝୁଲି ପଡିଲେ ସମ୍ବଲପୁର ଜିଲ୍ଲା ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ)ର ଜଣେ ମହିଳା କର୍ମଚାରୀ । ମୃତ ମହିଳା କର୍ମଚାରୀ ଜଣକ ହେଲେ ଅନୁଗୁଳ ଜିଲା ତାଳଚେର ସହରର ଆୟୁସ୍ମିତା ସାମତ (୨୩) । ସେ ଏମସିଏଲର ଆକାଉଣ୍ଟସ ସେକ୍ସନରେ କିରାଣୀ ଭାବେ କାର୍ଯ୍ୟରତ ଥିଲେ ।

ଏମସିଏଲ ଜାଗୃତି ବିହାର ସରକାରୀ କ୍ୱାର୍ଟରରେ ଏକୁଟିଆ ରହୁଥିଲେ । ଆଜି ଡ୍ୟୁଟି ସମୟରେ ସେ ଅଫିସ ନ ପହଞ୍ଚିବାରୁ ସହକର୍ମୀ ଓ ସାଙ୍ଗମାନେ ତାଙ୍କୁ ଫୋନ କରିଥିଲେ । ଫୋନ ରିଙ୍ଗ ହୋଇଥିଲା ସତ ହେଲେ ଆୟୁସ୍ମିତା ଆଉ ଫୋନ ଉଠାଇ ନଥିଲେ ।

ତେଣୁ ସନ୍ଦେହ ହେବାରୁ ସାଙ୍ଗମାନେ ତାଙ୍କ କ୍ୱାର୍ଟରକୁ ଯାଇ କବାଟ ବାଡେଇଥିଲେ । କବାଟ ନ ଖୋଲିବାରୁ ସେମାନେ ଏମସିଏଲ୍ ସିକ୍ୟୁରିଟି ଇନଚାର୍ଜଙ୍କୁ ଜଣାଇଥିଲେ । ପରେ ସିକ୍ୟୁରିଟି କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝରକା ମଧ୍ୟରେ ଦେଖିବା ବେଳକୁ ଆୟୁସ୍ମିତା ଏକ ଦଉଡିରେ ଝୁଲୁଥିବା ଦେଖିବାକୁ ମିଳିଥିଲା ।

ଖବରପାଇ ଘଟଣାସ୍ଥଳରେ ବୁର୍ଲା ପୋଲିସ ପହଞ୍ଚି ଆୟୁସ୍ମିତାଙ୍କ ମା’ ଓ ପରିବାର ଲୋକଙ୍କୁ ଖବର ଦେବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ କ୍ୱାର୍ଟରରୁ ବାହାର କରାଯିବ ବୋଲି ଅପେକ୍ଷା କରି ରହିଛି । ଆୟୁସ୍ମିତାଙ୍କ ପିତା ସ୍ବର୍ଗତ ସୁଦେଶ କୁମାର ସାମତଙ୍କ ମୃତ୍ୟୁ ପରେ ଏହି ଚାକିରିରେ ରହିଥିଲେ । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ ।

Leave A Reply

Your email address will not be published.