Latest Odisha News

BREAKING NEWS

ପହିଲି ରଜରେ ସ୍ତ୍ରୀକୁ କଟୁରୀରେ ହାଣିଲେ ସ୍ୱାମୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜରେ ସ୍ତ୍ରୀକୁ ହାଣିଲା ସ୍ବାମୀ। ରଜ ସଜବାଜରେ କିଣାକିଣିକୁ ନେଇ କଳି ନେଲା ଉଗ୍ର ରୂପ। ମଞ୍ଚେଶ୍ବରରେ ନିଶାସକ୍ତ ଅବସ୍ଥାରେ କଟୁରୀରେ ସ୍ବାମୀର ଆକ୍ରମଣ। ଆକ୍ରମଣରେ ଗୁରୁତର ମହିଳା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି।

ମିଳିଥିବା ସୂଚନା ମୁତାବକ, ଆଜି ପହିଲି ରଜ ଅବସରରେ ସାରା ଓଡ଼ିଶା ଉତ୍ସବମୁଖର ଥିବାବେଳେ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏପରି ଛାତିଥରା ଘଟଣା ଦେଖିବାକୁ ମିଳିଛି। ରଜ ପର୍ୱ ପାଇଁ ନୂଆ ପୋଷାକ ଏବଂ ଅନ୍ୟାନ୍ୟ ସଜବାଜ ସାମଗ୍ରୀ କିଣାକିଣି କରିବାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ ବଚସା ଆରମ୍ଭ ହୋଇଥିଲା। ସ୍ୱାମୀ ଜଣକ ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ଥିବାରୁ ସାମାନ୍ୟ କଥାରୁ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ।
ରାଗ ସୀମା ପାର ହେବା ପରେ, ସ୍ୱାମୀ ଘରେ ଥିବା ଏକ ଧାରୁଆ କଟୁରୀ ଆଣି ହଠାତ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ।

ମହିଳାଙ୍କ ଚିତ୍କାର ଶୁଣି ପଡ଼ୋଶୀ ଏବଂ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସେମାନେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ମହିଳାଙ୍କୁ ଉଦ୍ଧାର କରି ତୁରନ୍ତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମହିଳାଙ୍କ ଅବସ୍ଥା ବେଶ ଗୁରୁତର ଥିବା ଜଣାପଡ଼ିଛି ଏବଂ ଡାକ୍ତରମାନେ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି।

Leave A Reply

Your email address will not be published.