Latest Odisha News

BREAKING NEWS

ଗୋଟିଏ ଦିନରେ ଏହି ଅଭିନେତା ସାଇନ କରିଥିଲେ ୪୭ ଫିଲ୍ମ

ମୁମ୍ବାଇ: ବଲିଉଡରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ କ୍ୟାରିୟରରେ ଅଦ୍ଭୁତପୂର୍ବ ସଫଳତା ଦେଖିଛନ୍ତି । ସେହିପରି କେତେକ କଳାକାର ପ୍ରାରମ୍ଭିକ ପର୍ଯ୍ୟାୟରେ ସଫଳତା ହାସଲ କରିଥିଲେ ମଧ୍ୟ ଧୀରେ ଧୀରେ ହଜି ଯାଇଥିଲେ । ଆପଣମାନେ କେବେ ବିଶ୍ୱାସ କରିବେ କି ଜଣେ ଅଭିନେତା ଗୋଟିଏ ଦିନରେ ୪୭ ଫିଲ୍ମ ସାଇନ କରିଥିଲେ ମଧ୍ୟ ପରେ ଗାୟବ ହୋଇ ଯାଇଥିଲେ । ଏହି ଅଭିନେତାଙ୍କ ନାମ ହେଲା ରାହୁଲ ରାୟ । ଆଶିକୀ ଫିଲ୍ମ ମାଧ୍ୟମରେ ସେ ରାତାରାତି ସୁପରଷ୍ଟାର ହୋଇ ଯାଇଥିଲେ । ଆଶିକୀ ବୟ ଭାବେ ପରିଚିତ ରାହୁଲ ଏବେ ଅସୁବିଧାରେ ଦିନ କାଟୁଛନ୍ତି । ନିକଟରେ ଏକ ଟିଭି ଶୋରେ ତାଙ୍କୁ କରନ କୁନ୍ଦ୍ରା ପଚାରିଥିଲେ ଏହା କଣ ସତ୍ୟ, ଆପଣ ଗୋଟିଏ ଦିନରେ ୧୫୦ ଫିଲ୍ମ ସାଇନ କରିଥିଲେ । ରାହୁଲ ହସି କରି କହିଥିଲେ ୧୫୦ ନୁହେଁ ୪୭ ଫିଲ୍ମ ।

ପରେ ଡେଟ ଅସୁବିଧା ଯୋଗୁ ୨୧ ପ୍ରଡ୍ୟୁସର୍ସଙ୍କ ଅର୍ଥ ଫେରସ୍ତ କରିଥିଲି ବୋଲି କହିଛନ୍ତି । ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଆଶିକୀ ଫିଲ୍ମ ୬ ମାସ ପର୍ଯ୍ୟନ୍ତ ସିନେମାହଲରେ ହାଉସଫୁଲ ରହିଥିଲା । ଆଶିକୀ ବ୍ୟତୀତ ତାଙ୍କର ଅନ୍ୟ କୌଣସି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରି ନ ଥିଲା । ଧୀରେ ଧୀରେ ସେ ଫିଲ୍ମ ଦୁନିଆରେ ଦୂରେଇଗଲେ । ୨୦୦୭ରେ ବିଗ ବସର ବିଜେତା ସେ ହୋଇଥିଲେ । ଏହା ପରେ ଅସୁସ୍ଥ ହୋଇ ପଡିଥିଲେ । ଏବେ ପୂନର୍ବାର ସେ ମାୟାନଗରୀକୁ ଫେରିଛନ୍ତି । ଦେଖାଯାଉ ପରିଣତ ବୟସରେ ସେ କେତେ ସଫଳ ହେଉଛନ୍ତି ।

Leave A Reply

Your email address will not be published.