Latest Odisha News

BREAKING NEWS

ବୈଭବଙ୍କ ବିପକ୍ଷରେ ହେଲାନି କୌଣସି କାର୍ଯ୍ୟନୁଷ୍ଠାନ

ନୂଆଦିଲ୍ଲୀ: ଚଳିତ ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତ ଏର ବୈଭବ ସୂର୍ଯ୍ୟବଂଶୀ ଶ୍ରୀଲଙ୍କା ଏ ଦଳର ଜଣେ ଖେଳାଳିଙ୍କୁ ଧକ୍କା ମାରିଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶା କରାଯାଉଥିଲା । ତେବେ ରିପୋର୍ଟ୍ସ ମୁତାବକ ତାଙ୍କ ଉପରେ କୌଣସି ପ୍ରତିବନ୍ଧ ଲଗାଯାଇ ନାହିଁ । ଏପରିକି ଡିମେରିଟ ପଂଏଟ ମଧ୍ୟ ଦିଆଯାଇନି । ଏହା ବୈଭବ ଏବଂ ଟିମ ଇଣ୍ଡିଆକୁ ଆଶ୍ୱସ୍ତି ପ୍ରଦାନ କରିଛି । ବୈଭବଙ୍କ ପ୍ରତି ଶ୍ରୀଲଙ୍କାର ଜଣେ ଖେଳାଳି ଆପତିଜନକ ମନ୍ତବ୍ୟ ଦେବାରୁ ସେ ରାଗି ଯାଇଥିଲେ ।

ରିପୋର୍ଟ ଅନୁସାରେ ମ୍ୟାଚ ଆରମ୍ଭରୁ ବୈଭବଙ୍କୁ ଶ୍ରୀଲଙ୍କା ଖେଳାଳି ବାରମ୍ବାର କମେଂଟ କରୁଥିଲେ । ପରେ ଶ୍ରୀଲଙ୍କାର କେତେକ ସିନିୟର ଖେଳାଳି ଫୋନରେ ବୈଭବଙ୍କୁ ଘଟଣା ନେଇ ପରୋକ୍ଷରେ କ୍ଷମା ପ୍ରାର୍ଥନା କରିଥିଲେ । କ୍ରମାଗତ ପରାଜୟ ପରେ ଭାରତ ଏ ତାର ପରବର୍ତୀ ମ୍ୟାଚରେ ଆଫଗାନିସ୍ତାନ ଏକୁ ହରାଇବା ଜରୁରୀ ହୋଇପଡିଛି । ଯଦି ଏହି ମ୍ୟାଚରେ ଭାରତ ହାରେ ତେବେ ଫାଇନାଲରେ ପ୍ରବେଶ କରିପାରିବ ନାହିଁ । ଆଫଗାନିସ୍ତାନ ବିପକ୍ଷରେ ଭାରତର କଣ ରଣନୀତି ରହୁଛି ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.