କେନ୍ଦ୍ରାପଡ଼ା: ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ୍। ଚାମେଲି ଓଝାଙ୍କୁ ଜାମିନ୍ ପ୍ରଦାନ କଲେ SDJM କୋର୍ଟ। ପୋଲିସକୁ ଆକ୍ରମଣ ମାମଲାରେ ମିଳିଲା ଜାମିନ୍। ୩୦ ହଜାର ଟଙ୍କା ୨ ଜାମିନ୍ଦାରଙ୍କ ବଦଳରେ ମିଳିଲା ଜାମିନ୍। ଆଜି ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଫୋନ ଫେରାଇଥିଲେ ମହାକାଳପଡ଼ା ପୋଲିସ । ଚାମେଲିଙ୍କ ବାପାକୁ ଡାକି ଫୋନ୍ ଫେରାଇଥିଲେ ମହାକାଳପଡ଼ା ଆଇଆଇସି ।
ଏନେଇ ଚାମେଲିଙ୍କ ବାପା ସୂଚନା ଦେଇଛନ୍ତି । ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲରେ କେବିନ ନମ୍ବର ୧୫ରେ ଚାମେଲି ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି ଜିଲ୍ଲା ଚିକିତ୍ସା ଅଧିକ୍ଷକ । ୪ଜଣ ସ୍ପେସାଲିଷ୍ଟ ତାଙ୍କୁ ଚିକିତ୍ସା କରୁଛନ୍ତି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ୍ ରହିଲେ ୨ରୁ ୪ଦିନ ମଧ୍ୟରେ ଚାମେଲିଙ୍କୁ ଡିସଚାର୍ଜ କରାଯିବା ନେଇ ସୂଚନା ଦେଇଛନ୍ତି ଡାକ୍ତର କିଶୋର ମିଶ୍ର ।
