Latest Odisha News

BREAKING NEWS

୧୯ରେ ଆସିବ ମାଟ୍ରିକ୍ ରିଚେକିଂ ରେଜଲ୍ଟ;୩ ହଜାରରୁ ଅଧିକ ପରୀକ୍ଷାର୍ଥୀ କରିଥିଲେ ଆବେଦନ

ଭୁବନେଶ୍ୱର:୧୯ରେ ପ୍ରକାଶ ପାଇବ ମାଟ୍ରିକ୍ ରିଚେକିଂ ରେଜଲ୍ଟ । ୨୦୨୬ ମାଟ୍ରିକ୍ ପରୀକ୍ଷା ଫଳ ମୂଲ୍ୟାୟନର ରିଚେକିଂ ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ଖାତା ଦେଖା ଶେଷ ହୋଇଛି । ଆସନ୍ତା ୧୯ ତାରିଖରେ ବୋର୍ଡ ୱେବସାଇଟରେ ଅପଲୋଡ କରାଯିବ । ରାଜ୍ୟରେ ୩ ହଜାର ୩ ଶହରୁ ଅଧିକ ପରୀକ୍ଷାର୍ଥୀ ପୁନଃ ଯାଞ୍ଚ୍ ଲାଗି ଆବେଦନ କରିଥିଲେ ।

ଆବେଦନ ଅନୁସାରେ ୯ ହଜାରରୁ ଅଧିକ ଖାତା ଚେକିଂ ଆଡିସନ୍ ପାଇଁ ବୋର୍ଡ କାର୍ଯ୍ୟାଳୟରେ ଶିକ୍ଷକମାନେ ପୁନଃ ଯାଞ୍ଚ୍ କରିଥିଲେ । ଏଥିରେ ଅଧିକାଂଶ ପରୀକ୍ଷାର୍ଥୀଙ୍କର ମାର୍କ ବଢ଼ିଥିବା ଜଣାପଡିଛି ।

Leave A Reply

Your email address will not be published.