ପୁରୀ: ବୁଧବାର ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉଠିଥିଲା । ଏହାକୁ ନେଇ ଉଦ୍ବେଗ ମଧ୍ୟ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ଏପରି ରଥଯାତ୍ରା ନକରିବାକୁ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରାଇବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏଥିସହ ଇସ୍କନ କର୍ତୁପକ୍ଷଙ୍କୁ ଏଭଳି ଅଦିନିଆ ରଥଯାତ୍ରା ନ କରିବାକୁ ଅବଗତ ମଧ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।
ଗତ ୩୦ ତାରିଖରେ ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଥିଲା । ମୁମ୍ବାଇ ଇସ୍କନର ଏପରି କାର୍ଯ୍ୟକ୍ରମକୁ ଓଡ଼ିଶା ଇସ୍କନ ପକ୍ଷରୁ ବିରୋଧ ମଧ୍ୟ କରାଯାଇଥିଲା । ଅନ୍ୟପକ୍ଷରେ ଏନେଇ ପୁରୀ ସିଂହଦ୍ୱାର ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଥିଲା । ରଥଯାତ୍ରା ଆୟୋଜନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା ।
BREAKING NEWS
- INDIA BLOCK RALLY: ଗଣତନ୍ତ୍ରର ସୁରକ୍ଷା ପାଇଁ ରାମଲିଲା ମୈଦାନରେ ‘ଚଲ୍ଲୋ ଦଲ୍ଲୀ’ ମହାରାଲି
- ଖୋଲିଲା ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ, ଭ୍ରମଣ ପାଇଁ ଆଗୁଆ କରିବାକୁ ହେବ ଅନଲାଇନ୍ ବୁକିଂ
- INDIA Bloc Rally: ରାଲିକୁ ଆସ, ଆନ୍ଦୋଳନ କର…ହେଲେ ଦିଲ୍ଲୀ ବଜାରରୁ କିଣାକିଣି ବି କର! କାହିଁକି ଏମିତି ଅପିଲ୍ କଲେ ରାହୁଲ?
- କ୍ୟାବିନେଟରୁ ଇସ୍ତଫା ଦେଲେ ୟୁଡିପି ସଭାପତି ମେଟବାହ ଲିଙ୍ଗଡୋ
- ରେଡ୍ କ୍ରସ ପାଣ୍ଠିରୁ ୮.୬୩ ଲକ୍ଷ ଆତ୍ମସାତ୍; ରାଜସ୍ୱ ସହାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ
- IAS-IPS ଦମ୍ପତିଙ୍କ କୋଟି କୋଟିର ଖେଳ! ୬.୧୬ କୋଟିରେ ୪୦ ଭିଲ୍ଲା, ଭଡ଼ାରୁ ବର୍ଷକୁ ୧.୮ କୋଟି!
- ଘନୀଭୂତ ହେଉଛି ଅବପାତ; ନେଇପାରେ ବାତ୍ୟା ରୂପ…
- ମିସନ ଅଲିଭ ରିଡଲେ; ୭ ମାସ ପାଇଁ ମାଛ ଧରିବା ଉପରେ କଟକଣା
- ନଭେମ୍ବର ପହିଲାରୁ ବାଣିଜ୍ୟିକ ସିଲିଣ୍ଡର ଦାମ୍ ୧୦ ଟଙ୍କା ବୃଦ୍ଧି
- ୫୬ ବର୍ଷରେ ନୂଆ ଯାତ୍ରା ଆରମ୍ଭ କଲେ ଓମାର ଅବଦୁଲ୍ଲା
Comments are closed.