Latest Odisha News

BREAKING NEWS

ରସ୍ ଟେଲରଙ୍କ ବିସ୍ଫୋରକ ଶତକ; ଭାରତକୁ ୪ ୱିକେଟରେ ପରାସ୍ତ କଲା ନ୍ୟୁଜିଲାଣ୍ଡ

ହାମିଲଟନ: ଷ୍ଟାର୍ ବ୍ୟାଟ୍ସମ୍ୟାନ ରସ୍ ଟେଲରଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଆଜି ଅନୁଷ୍ଠିତ ହୋଇଥିବା ୧ମ ଦିନିକିଆ ମ୍ୟାଚରେ ଭାରତକୁ ୪ ୱିକେଟରେ ପରାସ୍ତ କରିଛି କିୱିଦଳ ।

ଭାରତ ପ୍ରଥମେ ବ୍ୟାଟିଂ କରି ଲଢୁଆ ୩୪୭ ରନ କରିଥିବା ବେଳେ ଏହି ବିଜୟ ଲକ୍ଷ୍ୟକୁ ଅନାୟାସରେ ନ୍ୟୁଜିଲାଣ୍ଡ ଦଳ ପାର କରି ବିଜୟ ହାସଲ କରିପାରିଛି । ନ୍ୟୁଜିଲାଣ୍ଡ ୪୮.୧ ଓଭରରେ ୬ଟି ୱିକେଟ ହରାଇ ୩୪୮ ରନ କରିଥିଲା ।

ଦଳ ପକ୍ଷରୁ ରସ୍ ଟେଲର୍ ସର୍ବାଧିକ ୧୦୯ ରନ କରିଥିଲେ । ସେ ୮୪ଟି ବଲରୁ ୧୦୯ କରିଥିବା ବେଳେ ସେଥିରେ ଥିଲା ୪ଟି ଛକା ଓ ୧୦ଟି ଚୌକା । ତାଙ୍କୁ ସହଯୋଗ କରିଥିଲେ ୱିକେଟ ରକ୍ଷକ ଲଥାମ । ସେ ୪୮ଟି ବଲରୁ ୬୯ ରନ କରି ଉପଯୋଗୀ ସାବ୍ୟସ୍ତ୍ୟ ହୋଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ନିକୋଲ୍ସ ୭୮ ରନ, ଗୁପ୍ତିଲ୍ ୩୨ ଏବଂ ସାଣ୍ଟନର୍ ୧୨ ରନ କରିଥିଲେ ।

ରସ୍ ଟେଲରଙ୍କୁ ପ୍ଲେୟାର୍ ଅଫ ଦି ମ୍ୟାଚ୍ ଘୋଷିତ କରାଯାଇଛି ।

Leave A Reply

Your email address will not be published.