Latest Odisha News

BREAKING NEWS

କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପ୍ରେମ କାହାଣୀ

ଚର୍ଚ୍ଚାରେ ପପ୍ ଷ୍ଟାର୍ କେଟି ପେରୀ ଓ ଜଷ୍ଟିନ ଟ୍ରୁଡୋଙ୍କ ରୋମାଣ୍ଟିକ କେମିଷ୍ଟ୍ରି !

ପପ୍ ଜଗତର ସେନ୍ସେସନ୍ କେଟି ପେରୀ ଏବଂ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପ୍ରେମ କାହାଣୀକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ! ନିକଟରେ କାଲିଫର୍ଣ୍ଣିଆର ସାନ୍ତା ବାରବାରାରେ ଦୁହିଁଙ୍କୁ ଏକାଠି ଏକ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିଛି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି। କଣ ଏହି ଭାଇରାଲ ଫଟୋର ସତ୍ୟତା ? ଆସନ୍ତୁ ଦେଖିବା ଆମର ଏହି ସ୍ପେଶାଲ ରିପୋର୍ଟରେ…

କାଲିଫର୍ଣ୍ଣିଆର ସାନ୍ତା ବାରବାରା ପାର୍କ… ଆଉ ସେଠାରେ ଏକାଠି ସମୟ ବିତାଉଛନ୍ତି ବିଶ୍ୱର ଦୁଇ ଜଣାଶୁଣା ଚେହେରା। ଜଣେ ହେଉଛନ୍ତି ପପ୍ ସଙ୍ଗୀତର ରାଣୀ କେଟି ପେରୀ ଏବଂ ଅନ୍ୟ ଜଣକ ହେଉଛନ୍ତି କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଦୁହିଁଙ୍କୁ ଏକ ସାଧାରଣ ପିକ୍‌ନିକ୍ ମୁଡ୍‌ରେ, ପାର୍କର ସବୁଜ ଘାସ ଗାଲିଚା ଉପରେ ଆରାମ କରୁଥିବାର ଦେଖାଯାଇଛି। ଦୁହିଁଙ୍କ ମଧ୍ୟରେ ଥିବା ନିବିଡ଼ତା ଏବେ ଆନ୍ତର୍ଜାତୀୟ ମିଡିଆର ହେଡଲାଇନ୍ ପାଲଟିଛି।

ଏହି ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ପ୍ରଶଂସକ ଏବଂ ଆଲୋଚକମାନଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଯାଇଛି। କିଛି ଫ୍ୟାନ୍ସ ଏହାକୁ ଏକ ସାଧାରଣ ବ୍ୟକ୍ତିଗତ ସାକ୍ଷାତକାର ବୋଲି କହୁଥିବା ବେଳେ, ଅନେକ ଏହାକୁ ଏକ ନୂଆ ପ୍ରେମ ସମ୍ପର୍କର ଆରମ୍ଭ ବୋଲି ଦାବି କରୁଛନ୍ତି। ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ, ଜଷ୍ଟିନ ଟ୍ରୁଡୋ ଏକ ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ା ଉତ୍ସବକୁ ବାଦ୍ ଦେଇ କେଟି ପେରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅଧିକ ପସନ୍ଦ କରିଥିଲେ। ଯାହାକୁ ନେଇ ନେଟିଜେନ୍ସମାନେ ବିଭିନ୍ନ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି।

ଏହା ପ୍ରଥମ ଥର ନୁହେଁ, ବରଂ ଏହା ପୂର୍ବରୁ ମଧ୍ୟ କେଟି ପେରୀ ଏବଂ ଜଷ୍ଟିନ ଟ୍ରୁଡୋଙ୍କ ନାମ ଅନେକ ସମୟରେ ଏକାଠି ଯୋଡ଼ା ଯାଇଛି। ବିଶେଷଜ୍ଞଙ୍କ ମତରେ, ଗ୍ଲୋବାଲ ସେଲିବ୍ରିଟିମାନଙ୍କର ବ୍ୟକ୍ତିଗତ ଜୀବନ ସବୁବେଳେ ଲାଇମଲାଇଟ୍‌ରେ ରହିଥାଏ। ତେବେ ଏହି ସମ୍ପର୍କକୁ ନେଇ ଦୁହିଁଙ୍କ ପକ୍ଷରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ। କିନ୍ତୁ ଏତିକି ସ୍ପଷ୍ଟ ଯେ, ଏହି ହାଇ-ପ୍ରୋଫାଇଲ୍ ଯୋଡ଼ିଙ୍କ ଉପରେ ଏବେ ସାରା ଦୁନିଆର ନଜର ରହିଛି।

Leave A Reply

Your email address will not be published.