Latest Odisha News

BREAKING NEWS

ଅଢେଇ ବର୍ଷ ତଳୁ ନିଖୋଜ ହୋଇଯାଇଥିଲେ ବାପା, ଚପଲକୁ ଦେଖି ଚିହ୍ନିଲା ପୁଅ

ମୟୂରଭଞ୍ଜ:ଅଢେଇ ବର୍ଷ ତଳୁ ନିଖୋଜ ହୋଇଯାଇଥିଲେ ବାପା । ଅଚାନକ ଅଢେଇ ବର୍ଷ ପରେ ଉଦଳା ଥାନା ଶୁଖୁଆସାହି ଗ୍ରାମର ବିଶ୍ଵନାଥ ସିଂ ତାଙ୍କ ନିଖୋଜ ବାପା ଦୁବରାଜ ସିଂଙ୍କୁ ଖୋଜି ଖୋଜି ଥାନାରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ସନ୍ଦେହରେ ଜବତ ଚପଲ ଦେଖାଇଥିଲା । ଚପଲକୁ ଦେଖି ଅଢେଇ ବର୍ଷ ତଳୁ ମିଳିଥିବା ମୃତଦେହକୁ ନିଜ ବାପାର ମୃତଦେହ ବୋଲି ପୁଅ ଚିହ୍ନଟ କରିଛି ।

ଏପରିକି ତାଙ୍କ ବାପାକୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରିଥିବେ ବୋଲି ସେ ପୋଲିସକୁ କହିଛନ୍ତି ।

ତେବେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ଉଦଳାରେ ପହଞ୍ଚି ବିଶ୍ୱନାଥଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହିତ ଉକ୍ତ ମୃତଦେହ ତାଙ୍କ ବାପାଙ୍କର କି ନୁହେଁ ତାହାର ଖୋଳତାଡ଼ କରୁଛି ।

ସୂଚନାଥାଉକି, ୨୦୨୩ ମସିହା ନଭେମ୍ବର ୮ ତାରିଖରେ ଉଦଳା ଥାନା ବହୁବନ୍ଧ ସୁରେଇସାହି କାଜୁ ଜଙ୍ଗଲ ଭିତରେ ଥିବା ଏକ କୂଅରୁ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହକୁ କୂଅରୁ ବାହାରକୁ ଆଣିବା ପରେ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ ହୋଇଥିଲା । କାରଣ ମୃତଦେହର ହାତ, ଗୋଡ଼କୁ ଦୌଡ଼ିରେ ବନ୍ଧାଯାଇଥିବା ବେଳେ ଦୁଇଟି ବୋରା ଭିତରେ ମୃତଦେହକୁ ପୁରାଇ ଦିଆଯାଇଥିଲା ଓ ସେହି ବୋରାରେ ୫ ଗୋଟି ବଡ଼ ପଥର ବାନ୍ଧି କୂଅ ଭିତରକୁ ଫୋପାଡ଼ି ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରୁ ଦୁଇଟି ଅଲଗା ଅଲଗା ଚପଲ ମଧ୍ୟ ଜବତ କରିଥିଲା । ସେହି ମୃତଦେହର ପରିଚୟ ଖୋଜି ଖୋଜି ପୋଲିସ ପାଇନଥିଲା । ଏହାପରେ ଘଟଣା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା ।

 

Leave A Reply

Your email address will not be published.