ଭଦ୍ରକ:ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାଲିଆପାଳ ନଦୀରେ ଗୁରୁବାର ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଅଘଟଣ । ବାଲିଆପାଳ ପଟୁ ଅନ୍ୟ ପଟକୁ କାର୍ଯ୍ୟ ପାଇଁ ଯାଉଥିବା ବେଳେ ୩ ଜଣ ନଦୀରେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ଥିବା ବେଳେ ଅନ୍ୟ ୨ ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଖବର ପାଇ ଓଡ୍ରାଫ୍ ଟିମ୍ ଖୋଜାଖୋଜି ଆରମ୍ଭ କରିଛି ।
ନିଖୋଜ ଜଣକ ହେଲେ ଚାନ୍ଦବାଲି ବ୍ଲକର ଯଶିପୁର ପଞ୍ଚାୟତର ଚକ୍ରଧର ବେହେରାଙ୍କ ପୁଅ ବିଜୟ ବେହେରା(୨୪)।
ସୂଚନାଥାଉକି, ଘଟଣାସ୍ଥଳରେ ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ବିରଞ୍ଚିନାରାୟଣ ଅମାନ୍ତ ପହଞ୍ଚିଥିଲେ ।
