Latest Odisha News

BREAKING NEWS

ହିଟୱେଭ ପାଇଁ ଖୋର୍ଦ୍ଧାରେ ସକାଳୁଆ ସ୍କୁଲ, ପୁରୀରେ ବଢିଲା ଛୁଟି ଅବଧି

ପୁରୀ/ଖୋର୍ଦ୍ଧା: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ବର୍ତ୍ତମାନ ମୌସୁମୀ ଆସିଥିଲେ ମଧ୍ୟ ଯଥେଷ୍ଟ ବର୍ଷା ହୋଇ ନ ଥିବାରୁ ଅନେକ ସ୍ଥାନରେ ତାପମାତ୍ରା ଅଧିକ ରହୁଛି। ସକାଳୁ ଗରମ ଓ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। କେତେକ ଜିଲ୍ଲା ଗ୍ରୀଷ୍ମକାଳୀନ ଛୁଟି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟ କେତେକ ଜିଲ୍ଲା ପ୍ରବଳ ଖରା ସଂସ୍ପର୍ଶରେ ଆସିବାରୁ ରକ୍ଷା ପାଇବା ପାଇଁ ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି। ତାପମାତ୍ରା ବୃଦ୍ଧି ପାଇଁ ପୁରୀ ଜିଲ୍ଲାରେ ସ୍କୁଲ ଛୁଟି ଅବଧି ବଢ଼ାଇଛନ୍ତି ଜିଲ୍ଲାପାଳ। ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଥିବାବେଳେ ୨୨ରୁ ପୁଣି ସ୍କୁଲ ଖୋଲିବ।

ସେହିପରି ଖୋର୍ଦ୍ଧା ଜିଲାରେ ସ୍କୁଲ ସମୟ ପରିବର୍ତ୍ତନ କରାଯାଇଛି। ଏହି ଜିଲ୍ଲାରେ ସକାଳୁଆ ସ୍କୁଲ ହେବ। ଶିଶୁବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ସାଢ଼େ ୬ରୁ ୧୦ଟା ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ। ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଅନୁଗୋଳ ଜିଲ୍ଲାରେ ଗ୍ରୀଷ୍ମକାଳୀନ ଛୁଟିକୁ ଜୁନ ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ଜୁନ ୨୨ ରେ ସ୍କୁଲଗୁଡ଼ିକ ପୁଣି ଖୋଲିବାକୁ ସ୍ଥିର କରାଯାଇଛି। ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଚିନ୍ତା କରି ଏହି ନିଷ୍ପତ୍ତି ନିଆଯାଇଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସୁବର୍ଣ୍ଣପୁର ଜିଲାରେ ମଧ୍ୟ ସମାନ ନିଷ୍ପତ୍ତି ନିଆଯାଇଛି, ଯେଉଁଠାରେ ଜୁନ ୨୦ ପର୍ଯ୍ୟନ୍ତ ସ୍କୁଲ ଏବଂ କଲେଜଗୁଡ଼ିକ ବନ୍ଦ ରହିବ।

Leave A Reply

Your email address will not be published.