Latest Odisha News

BREAKING NEWS

ଆଇପିଏଲ ୨୦୨୭ରେ ବହୁତ କିଛି ନୂଆ ହୋଇପାରେ: ଯୁବରାଜ କୋଚ, ଦିଲ୍ଲୀକୁ ଫେରିବେ ପନ୍ତ

ନୂଆଦିଲ୍ଲୀ: ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆଇପିଏଲ ୨୦୨୭ରେ କେତେଗୁଡିଏ ବଡ ପରିବର୍ତନ ଦେଖିବାକୁ ମିଳିପାରେ । ଭାରତର ମହାନ ଖେଳାଳି ଯୁବରାଜ ସିଂ ଦିଲ୍ଲୀ କ୍ୟାପିଟାଲ୍ସର କୋଚ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ଫ୍ରାଂଚାଇଜ ସୌରଭ ଗାଙ୍ଗୁଲିଙ୍କ ଭୂମିକା ବଢ଼ାଇବା ସହିତ ଯୁବିଙ୍କୁ ଟିମ ମ୍ୟାନେଜମେଂଟରେ ସାମିଲ କରିପାରନ୍ତି । ୪୪ ବର୍ଷୀୟ ଯୁବରାଜ ଯୁବ ଖେଳାଳିଙ୍କ ମେଂଟର ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଅଭିଷେକ ଶର୍ମା, ପ୍ରଭସିମ୍ରନ ସିଂ, ଅବଦୁଲ ସମଦ, ସଞ୍ଜୁ ସାମସନ, ରିଷଭ ପନ୍ତ ଓ ପ୍ରିୟାଂଶ ଆର୍ଯ୍ୟଙ୍କ ସହ କାମ କରିଛନ୍ତି । ଯୁବରାଜ ଆଇପିଏଲରେ ୬ଟି ଟିମ ପକ୍ଷରୁ ଖେଳିଛନ୍ତି । କିଙ୍ଗ

ସ ଏକାଦଶ ପଞ୍ଜାବ ଓ ପୁଣେ ୱାରିୟର୍ସର ନେତୃତ୍ୱ ମଧ୍ୟ ନେଇଛନ୍ତି । ସେହିପରି କୂଲଦୀପ ଯାଦବ ଲକ୍ଷ୍ନୌ ସୁପର ଜ୍ୟାଂଟସ ପକ୍ଷରୁ ଖେଳିବେ ବୋଲି ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି । ୨୦୨୨ ମେଗା ନିଲାମରେ ଦିଲ୍ଳୀ ଟିମ ତାଙ୍କୁ ନେଇଥିଲା । ରିଷଭ ପନ୍ତ ଲକ୍ଷ୍ନୌ ଟିମ ଛାଡି ଦିଲ୍ଲୀ ଟିମରେ ଯୋଗ ଦେବେ ବୋଲି ମଧ୍ୟ ଆକଳନ କରାଯାଇଛି । ପନ୍ତ ଲକ୍ଷ୍ନୌ ଟିମର ଅଧିନାୟକ ପଦ ଛାଡି ସାରିଛନ୍ତି । ତାଙ୍କ ନେତୃତ୍ୱରେ ଲକ୍ଷ୍ନୌ ୨୮ ମ୍ୟାଚରେ କେବଳ ୧୦ରେ ବିଜୟ ହାସଲ କରିଛି ।

Leave A Reply

Your email address will not be published.