Latest Odisha News

BREAKING NEWS

Leela Kshetra ‘Kankana Sikhari’:ନୂଆ ରୂପ ପାଇବ ଲୀଳାକ୍ଷେତ୍ର ‘କାଙ୍କଣଶିଖରୀ’

ବାଲୁଗାଁ: ନୂଆ ରୂପ ପାଇବ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଈରୀ ନିକଟସ୍ଥ ପ୍ରସିଦ୍ଧ କାଙ୍କଣଶିଖରୀ ।ଏ ନେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସ୍ଥାନ ପରିଦର୍ଶନ କରିଛନ୍ତି। ଏହାର ଚତୁଃପାର୍ଶ୍ୱର ବିକାଶ, ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତମାନଙ୍କ ପାଇଁ ଉନ୍ନତ ସୁବିଧା ସମ୍ପର୍କରେ CSR ସହଯୋଗୀ ସଂସ୍ଥାଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

କାଙ୍କଣଶିଖରୀ ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ପ୍ରସିଦ୍ଧ ତଥା ଐତିହାସିକ ଲୀଳାକ୍ଷେତ୍ର। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ନଈରୀ ଗ୍ରାମ ନିକଟରେ ଚିଲିକା ହ୍ରଦ ମଧ୍ୟରେ ଥିବା ଏକ ସୁନ୍ଦର ଟାପୁରେ ଏହି ପୀଠ ଅବସ୍ଥିତ। କୁହାଯାଏ ୧୭୭୧ ମସିହା ପୂର୍ବରୁ ବାରମ୍ବାର ମୋଗଲମାନେ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରୁଥିଲେ। ଏହି କାରଣରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଉଥିଲା। ଚିଲିକା ଜଳ ଘେରରେ ରହିଥିବା ଛୋଟିଆ ପାହାଡ଼ରେ ମହାପ୍ରଭୁଙ୍କୁ ଭୋଗ ଲାଗି କରିବାକୁ କିଛି ମିଳିନଥିଲା। ସେହି ପାହାଡ଼ରେ ଫଳିଥିବା କାଙ୍କଣ ଫଳକୁ ମହାପ୍ରଭୁଙ୍କୁ ଭୋଗ ଲାଗି କରାଯାଇଥିଲା। ସେବେଠାରୁ ଏହି ପାହାଡ଼ର ନାଁ କାଙ୍କଣ ଶିଖରୀ ହୋଇଗଲା।

ଏହି ଅବସରରେ ଚିଲିକା ବ୍ଲକ ଅଧ୍ୟକ୍ଷା , ଚିଲିକା ବନ୍ୟପ୍ରାଣୀ ବିଭାଗର ବନଖଣ୍ଡ ଶ୍ରୀ ଅମ୍ଳାନ ନାୟକ, ଚିଲିକା ବ୍ଲକ ବିଡିଓ , କାଙ୍କଣ ଶିଖରୀ ଲୀଳାକ୍ଷେତ୍ର ଟ୍ରଷ୍ଟର ପ୍ରମୁଖ ଡ଼ା. ସୁଶାନ୍ତ କୁମାର ସାହୁଙ୍କ ସମେତ ବିଭାଗୀୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପବିତ୍ର ଐତିହ୍ୟସମ୍ପନ୍ନ କ୍ଷେତ୍ରର ସାମଗ୍ରିକ ବିକାଶ ମାଧ୍ୟମରେ ଧାର୍ମିକ ପର୍ଯ୍ୟଟନର ପ୍ରସାର ସହ ସ୍ଥାନୀୟ ଅଞ୍ଚଳର ଆର୍ଥିକ ଓ ସାମାଜିକ ଉନ୍ନତିକୁ ମଧ୍ୟ ନୂତନ ଦିଗ ମିଳିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.