Latest Odisha News

BREAKING NEWS

ମୁହଁରେ ସ୍ପ୍ରେ କରି ସୁନା ଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

କେନ୍ଦୁଝର:କେନ୍ଦୁଝର ଟାଉନ ଥାନା ମାଇନିଂ ରୋଡ୍ ରେ ଦିନ ଦ୍ୱିପ୍ରହରରେ ଲୁଟ୍ । ଆଜି ଦ୍ୱିପ୍ରହରରେ ମାଇନିଂ ରୋଡରୁ ମହିଳାଙ୍କ ବେକରୁ ଦେଢ଼ ଭରିର ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ମହିଳାଙ୍କ ମୁହଁରେ ତୈଳ ପଦାର୍ଥ ସ୍ପ୍ରେ କରି ଲୁଟ୍‌ କରିଥିବା ସୂଚନା ରହିଛି ।

ଦୁଇ ଜଣ ଅଜଣା ବ୍ୟକ୍ତି ଆସି ମହିଳାଙ୍କୁ ଅଟକିବାକୁ କହି ମୁଁହରେ କିଛି ତରଳ ପଦାର୍ଥ ସ୍ପ୍ରେ କରି ଦେଇଥିଲେ । ଏହାପରେ ତାଙ୍କ ଠାରୁ ସୁନା ଚେନଟି ଖୋଲି ଦେବା ପାଇଁ କହିଥିଲେ। ମହିଳା ଜଣକ ମଧ୍ୟ କିଛି ନଜାଣି ପାରି ତାଙ୍କ ହାତକୁ ସୁନା ଚେନ ବଢ଼ାଇ ଦେଇଥିଲେ। ଏହାପରେ ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।

ଅଭିଯୋଗ ପରେ ପୋଲିସ ପହଞ୍ଚି ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଘଟଣାର ତଦନ୍ତ କରୁଛି ।

Comments are closed.