Latest Odisha News

BREAKING NEWS

ଇରାନକୁ ଗୋଟିଏ ପଇସା ବି ମିଳିବନି: ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିକଟରେ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ପରେ ସେ ଏକ ପୋଷ୍ଟରେ କହିଥିଲେ ଯେ ଇରାନ ଆମେରିକାଠାରୁ ଗୋଟିଏ ଟଙ୍କା ମଧ୍ୟ ପାଇବ ନାହିଁ, ୩୦୦ ବିଲିୟନ ଡଲାର ଦୂର କଥା।

ଶାନ୍ତି ଚୁକ୍ତିନାମାର ଷଷ୍ଠ ପଏଣ୍ଟରେ ଇରାନର ପୁନଃନିର୍ମାଣ ପାଇଁ ୩୦୦ ବିଲିୟନ ଡଲାର ଦାବି କରାଯାଇଛି, ଯଦିଓ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ। ପୋଷ୍ଟରେ ଟ୍ରମ୍ପ୍ ଡେମୋକ୍ରାଟିକ୍ ବିରୋଧୀଙ୍କୁ ଟାର୍ଗେଟ କରି ଏହାକୁ ବିରୋଧୀ ନେତାଙ୍କ ଦ୍ୱାରା ପ୍ରଚାର ବୋଲି କହିଥିଲେ। ଗୁରୁବାର ଗଣମାଧ୍ୟମ ଆଗରେ ଟ୍ରମ୍ପ୍ ସ୍ପଷ୍ଟ ଭାବରେ କହିଥିଲେ ଯେ ଉପସାଗରୀୟ ଦେଶଗୁଡ଼ିକ ୩୦୦ ବିଲିୟନ ଡଲାର ବହନ କରିପାରିବେ କିନ୍ତୁ ସେମାନେ ଏପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ଦେଇ ନାହାଁନ୍ତି।

ଏହି ସପ୍ତାହରେ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ କହିଥିଲେ ଯେ ଇରାନର ପୁନଃନିର୍ମାଣ ପାଇଁ ପାଣ୍ଠି ଉପସାଗରୀୟ ଦେଶଗୁଡ଼ିକରୁ ଆସିବ। ଉପସାଗରୀୟ ସହଯୋଗ ପରିଷଦ ଯେଉଁଥିରେ ବାହାରିନ, କୁଏତ, ଓମାନ, କତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଭୁକ୍ତ। ସେହିପରି ଗୁରୁବାର ଦିନ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ଭାନ୍ସ ମଧ୍ୟ କହିଥିଲେ ଯେ ଆମେରିକା ଇରାନକୁ କୌଣସି ଟଙ୍କା ଦେଉନାହିଁ। ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ସେ କହିଛନ୍ତି ଯେ ଇରାନ କେବଳ ଶାନ୍ତି ଚୁକ୍ତିନାମାର ସମସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କଲେ ଟଙ୍କା ପାଇବ।

Leave A Reply

Your email address will not be published.