Latest Odisha News

BREAKING NEWS

ମୋହନଙ୍କ ନେତୃତ୍ବରେ ଓଡିଶାର ଦ୍ରୁତ ବିକାଶ: ମୋଦି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମମାଟିରେ ଜନ୍ମଦିନର ଶୁଭେଚ୍ଛ ଜଣାଇ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ମୋଦି ଅଭିଭାଷଣ ଦେଇଛନ୍ତି। ଓଡ଼ିଆରେ ଅଭିଭାଷଣ ଆରମ୍ଭ ସହ ମୋଦି କହିଛନ୍ତି, ଓଡ଼ିଶାର ଗଣପର୍ବ ରଜ ଏବେଏବେ ସରିଛି। ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି। ରାଜ୍ୟ ସରକାର ୨ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। ଓଡ଼ିଶାବାସୀଙ୍କ ଆପଣାପଣ ପାଇଁ ବାରମ୍ବାର ଆସୁଛି।

ମୋଦି କହିଛନ୍ତି, ୨ ବର୍ଷରେ ମହାପୁରୁଷଙ୍କ ସ୍ବପ୍ନ ପୂରଣ ପାଇଁ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି। ରାଷ୍ଟ୍ରପତିଙ୍କୁ ଆଜିର ଜନ୍ମଦିନ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମୟୂରଭଞ୍ଜ ଝିଅ ଆଜି ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ। ଓଡ଼ିଶାର ଝିଅ ଏବେ ଦେଶ ପାଇଁ ଗର୍ବ। ରାଷ୍ଟ୍ରପତିଙ୍କ ଘରକୁ ଯାଇ ଶୁଭେଚ୍ଛା ଜଣାଇଛି। ପାହାଡ଼ପୁର ଗାଁକୁ ଯାଇ ସବୁକିଛି ଦେଖିଲି। ରାଷ୍ଟ୍ରପତିଙ୍କ ଗାଁକୁ ଆସି ଶୁଭକାମନା ଜଣାଇବାର ସୁଯୋଗ ମିଳିଛି। ରାଷ୍ଟ୍ରପତି ବନାଇଥିବା ସ୍କୁଲ ଯାଇ ପିଲାଙ୍କ ସହ ମିଶିଲି। ପିଲାମାନେ ଆଜି ରାଷ୍ଟ୍ରପତି ନୁହେଁ, ସେମାନଙ୍କ ମାଆ ଆସିଥିବା କହିଲେ।

ଏହାସହ ମୋଦି କହିଛନ୍ତି, ସୋଲାର ଭିଲେଜ ହେବ ପାହାଡ଼ପୁର। ସୂର୍ଯ୍ୟ ଗ୍ରାମ ଭାବେ ପାହାଡ଼ପୁର ପରିଚିତ ହେବ। ଖୁବ୍‌ଶୀଘ୍ର କାମ ଆଗେଇ ନିଆଯିବ। ପାହାଡ଼ପୁରକୁ ‘ସୂର୍ଯ୍ୟଗ୍ରାମ’ ଭାବେ ତିଆରି କରିବାର ପ୍ରତିଶ୍ରୁତି ଦେଉଛି। ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ, ଲୋକେ ମାଗଣା ସେବା ପାଇବେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ବିକାଶ ଦ୍ରୁତ ଗତିରେ ବଢ଼ୁଛି। ସବୁ କ୍ଷେତ୍ରରେ ଓଡ଼ିଶାର ବିକାଶ ପାଇଁ ପୁଞ୍ଜି ଆସି ଚାଲିଛି। ଉତ୍କର୍ଷ ଓଡ଼ିଶା ପାଇଁ ୨୦ ଲକ୍ଷ କୋଟିର ପ୍ରତିଶ୍ରୁତି ମିଳିଛି। ଶକ୍ତି କ୍ଷେତ୍ର ପାଇଁ ୬ ହଜାର କୋଟିର ପୁଞ୍ଜି ଆସିଛି। ଡବଲ ଇଞ୍ଜିନ ସରକାର ଲୋକଙ୍କ ପାଖରେ ପହଞ୍ଚି ପାରିଛି। ସରକାରଙ୍କ କାମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି, ଜନଜାତି ବିକାଶକୁ ପ୍ରାଥମିକତା ଦେଉଛନ୍ତି ସରକାର। ଦେଶରେ ୫୦୦ ଏକଲବ୍ୟ ସ୍କୁଲ ଖୋଲିଛି। ୪ କୋଟିରୁ ଅଧିକ ସ୍ୱାସ୍ଥ୍ୟକାର୍ଡ ବଣ୍ଟାଯାଇଛି। ଓଡ଼ିଶାର ଅର୍ଥ ବ୍ୟବସ୍ଥା ସୁଦୃଢ଼ ହେଲେ ଦେଶ ସୁଦୃଢ଼ ହେବ।

ମିଳିମିଶି ଓଡ଼ିଶାର ବିକାଶକୁ ଶିଖରରେ ପହଞ୍ଚାଇବାକୁ ପଡ଼ିବ । ସେହିପରି ସୁଭଦ୍ରା ଯୋଜନା, ଆୟୁଷ୍ମାନ ଭାରତ ରାଜ୍ୟରେ ଲାଗୁ ହୋଇଛି। ସ୍ବଚ୍ଛ ଭାରତ ଅଭିଯାନରେ ଓଡ଼ିଶା ପ୍ରଶଂସନୀୟ କାର୍ଯ୍ୟ କରୁଛି। ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି। ପିଏମ ଜନମନ ଯୋଜନା ରାଷ୍ଟ୍ରପତିଙ୍କ ପାଇଁ ହିଁ ଆରମ୍ଭ ହୋଇଛି। ଜନଜାତି ଲୋକଙ୍କ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ମୟୂରଭଞ୍ଜରେ ଆଉ ଏକ ନବୋଦୟ ବିଦ୍ୟାଳୟ ପାଇଁ ଅନୁମତି ଦେଉଛି। ଆସନ୍ତାକାଲିର ଯୋଗଦିସରେ ଅଧିକରୁ ଅଧିକ ସାମିଲ ହୁଅନ୍ତୁ ହୁଅନ୍ତୁ ବୋଲି ମୋଦି ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.