ମୁମ୍ବାଇ: ଧୂରନ୍ଧର ଫିଲ୍ମର ୨ଟି ସଂସ୍କରଣ ବଡ ହିଟ ସାବ୍ୟସ୍ତ ହେବା ପରେ ରଣବୀର ସିଂ ଦାମୀ ଅଭିନେତା ହୋଇଛନ୍ତି । ସେ ଅଲ୍ଲୁ ଅର୍ଜୁନ, ଶାହାରୁଖ ଖାଁ ଓ ରଜନୀକାନ୍ତଙ୍କ ମଧ୍ୟ ପଛରେ ପକାଇ ଦେଇଛନ୍ତି । ସେ ଧୂରନ୍ଧରର ୨ଟି ଫିଲ୍ମ ମାଧ୍ୟମରେ ୩୨୫ କୋଟି ଟଙ୍କା ଆୟ କରିଛନ୍ତି । ସେ ଏହି ଫିଲ୍ମ ପାଇଁ କୌଣସି ଫିସ ନ ନେଇ ପ୍ରଫିଟ ଶେୟାରିଂର ଭାଗୀଦାର ହୋଇଥିଲେ । ଧୂରନ୍ଧରର ୨ଟି ଯାକ ସଂସ୍କରଣ ୩୧୦୦ କୋଟି ଆୟ କରିଥିଲା । ରିପୋର୍ଟ ମୁତାବକ ଫିଲ୍ମର ବଜେଟ ବୃଦ୍ଧି ପାଇବା ପରେ ରଣବୀର ଏଥିରେ ତାଙ୍କ ଅର୍ଥ ମଧ୍ୟ ଲଗାଇଥିଲେ । ଥିଏଟ୍ରିକଲ କଲେକ୍ସନ, ଡିଜିଟାଲ, ସାଟେଲାଇଟ ଓ ମ୍ୟୁଜିକ ରାଇଟ୍ସରୁ ମଧ୍ୟ ରଣବୀରଙ୍କୁ ଫାଇଦା ହୋଇଥିଲେ ।
ରଜନୀକାନ୍ତ ଜେଲର ଫିଲ୍ମ ମାଧ୍ୟମରେ ୨୫୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିଥିଲେ । ବଲିଉଡରେ ଶାହାରୁଖ ପଠାନ ଓ ଜୱାନରେ ୨୦୦ କୋଟିରୁ ଊର୍ଦ୍ଧ୍ୱ ଲାଭ ପାଇଥିଲେ । ଏବେ ରଣବୀର ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି । ୯୦ ଦଶକରେ ଚିରଞ୍ଜିବୀ, କମଲ ହାସନ ଓ ଶ୍ରୀଦେବୀଙ୍କ ପରି ଅଭିନେତା ୧ କୋଟି ଟଙ୍କା ଆୟ କରି ଚର୍ଚ୍ଚାରେ ରହିଥିଲେ । ଏହା ପରେ ଶାହାରୁଖ, ସଲମାନ ଓ ଅମୀର ଏହାକୁ ୧୦୦ କୋଟି ପାଖାପାଖି ପଂହଚାଇ ଦେଇଥିଲେ । ୟଶ, ଅଲ୍ଲୁ ଅର୍ଜନଙ୍କ ପରି କଳାକାର ୨୦୦ ପାର ଓ ଏବେ ରଣବୀର ଏହାକୁ ୩୦୦ ପାରରେ ପଂହଚାଇଛନ୍ତି ।
