ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କର ସଂଶୋଧିତ ଇଂରାଜୀ ବନାନ ସଙ୍କଳିତ ବିଜ୍ଞପ୍ତି ପ୍ରକାଶ ପାଇଛି l ଓଡ଼ିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ଓ ତହସିଲର ଗୁଡ଼ିକର କୌଣସି ନାମ ପରିବର୍ତ୍ତନ ହୋଇନି ବରଂ ଇଂରାଜୀ ବନାନ ବଦଳିଛି ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଗଠିତ ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକରେ ୫୦ରୁ ଅଧିକ ସ୍ଥାନର ନାମକୁ ସେମାନଙ୍କର ମୂଳ ଓଡ଼ିଆ ଉଚ୍ଚାରଣ ଓ ଐତିହାସିକ ପରିଚୟ ଅନୁଯାୟୀ ପରିବର୍ତ୍ତନ କରିବାକୁ ସୁପାରିସ କରିଥିଲା । ଏହା ଉପରେ ସୋମବାର ରାଜ୍ୟ ସରକାର ମୋହର ମାରିଛନ୍ତି ।
Angulର ଇଂରାଜୀ ନାମ ସଂଶୋଧନ ହୋଇ ANUGOLA ହୋଇଛି । ସେହିପରି Pallaharaର ଇଂରାଜୀ ନାମ PALALAHADA କରାଯାଇଛି । CUTTACK ହୋଇଛି KATAKA । BALASORE ହୋଇଛି BALESHWAR, SORO ହୋଇଛି SORA, BARGARHର ଇଂରାଜୀ ନାମ BARAGADA ହୋଇଛି । Berhampur ହୋଇଛି BRAHMAPUR । KANDHAMAL ହେଲା KANDHAMALA । Aul ହୋଇଛି AALI । ଏପଟେ KHURDAରୁ KHORDHA ଓ KEONJHAR ଏବେ KENDUJHARA ହୋଇଛି ।

ସମସ୍ତ ଗଣମାଧ୍ୟମକୁ ଏହାର ବହୁଳ ପ୍ରଚାର, ପ୍ରସାର କରିବାକୁ ଅନୁରୋଧ କରାଯାଇଛି l ଟିଭି ସ୍କ୍ରୋଲିଂ, ସାମାଜିକ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ସମସ୍ତ ମାଧ୍ୟମରେ ଏହାର ପ୍ରସାରଣ ନିମନ୍ତେ ବିଶେଷ ଭାବେ ଅନୁରୋଧ କରାଯାଇଛି l
