Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ: ଫିଟନେସ ଟେଷ୍ଟରେ ପାସ ହେଲେ କୋହଲି

ବେଙ୍ଗାଲୁର: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଘାତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଖେଳିପାରି ନ ଥିଲେ । ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଥିଲା । ସେ ଫିଟ ଅଛନ୍ତି କି ନାହିଁ ତାହା ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥିଲା । ଏବେ ସେ ଫିଟ ଘୋଷିତ ହେବା ସମସ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ବେଙ୍ଗାଲୁରର ସେଂଟର ଅଫ ଏକ୍ସିଲେନ୍ସରେ ସେ ଫିଟ ଘୋଷିତ ହୋଇଛନ୍ତି । କୋହଲି ଦିନିକିଆ କ୍ରିକେଟରେ ୫୪ ଶତକ ମାରିଛନ୍ତି । ଇଂଲଣ୍ଡରେ ସେ କେବଳ ଗୋଟିଏ ଶତକ ମାରିବାରେ ସଫଳ ହୋଇଛନ୍ତି ।

୧୫ ବଷୟ ତଳେ ସେ ଏହି ଶତକ ମାରିଥିଲେ । ଏବେ କିଙ୍ଗ କୋହଲି ଇଂଲଣ୍ଡ ଗସ୍ତରେ ନିଶ୍ଚିତ ଭାବେ ଶତକ ମାରିବା ପାଇଁ ଚାହିଁବେ । ବିରାଟ ଇଂଲଣ୍ଡରେ ଓଭରାଲ ୩୩ ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ୫୧.୮୮ ଆଭରେଜରେ ୧୩୪୯ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୧୨ ଅର୍ଦ୍ଧଶତକ ସାମିଲ । ସେ ୨ ଥର ଶୂନରେ ଆଉଟ ହୋଇଛନ୍ତି । ଏବେ କୋହଲି ଜବରଦସ୍ତ ଫର୍ମରେ ଅଛନ୍ତି । ସେ ନିକଟରେ ଖେଳିଥିବା ୭ଟି ମ୍ୟାଚରେ ୩ ଶତକ ଓ ୩ ଅର୍ଦ୍ଧଶତକ ମାରିଛନ୍ତି । ସେ ଚଳିତ ବର୍ଷ ୮୦ ଆଭରେଜରେ ୨୪୦ ରନ କରିଛନ୍ତି ।

Leave A Reply

Your email address will not be published.