Latest Odisha News

BREAKING NEWS

ଅଠରନଳା ଉପରେ ଚୁଲି ଜାଳି ମାଂସ ରାନ୍ଧିଲେ ବାହାର ରାଜ୍ୟର ମିସ୍ତ୍ରୀ, କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି

ପୁରୀ: ପୁରୀ ଅଠରନଳା ଉପରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କିଛି ଲୋକ ଅଠରନଳା ଉପରେ ଚୁଲି ଜାଳି ମାଂସ ରାନ୍ଧି ଭୋଜି କରୁଥିବା ଦେଖାଦେଇଛି । ସେମାନେ ବଙ୍ଗାଳୀ ମିସ୍ତ୍ରୀ ବୋଲି ଜଣାପଡିଛି ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି ।

ତେବେ, ସଂରକ୍ଷିତ କୀର୍ତ୍ତିରାଜିର ୧୦୦ ମିଟର ପରିଧି ମଧ୍ୟରେ କୌଣସି ପ୍ରକାର ନିର୍ମାଣ, ଖନନ, କିମ୍ବା ଭୋଜି-ଭାତ ଭଳି କାର୍ଯ୍ୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ହେଲେ ଐତିହାସିକ ସ୍ଥଳରେ ଏଭଳି ଭୋଜି କରିବାକୁ କିଏ ଅନୁମତି ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗ ରାଜା ଭାନୁ ଦେବଙ୍କ ଦ୍ୱାରା ନିର୍ମିତ ଏହି ଅଠରନଳା ସେତୁ ପୁରୀର ପ୍ରବେଶ ଦ୍ୱାର ଓଡ଼ିଶାର ମଧ୍ୟଯୁଗୀୟ ସ୍ଥାପତ୍ୟର ଏକ ଅନନ୍ୟ ନିଦର୍ଶନ । ଏହା ଆମ ପରମ୍ପରା ଓ ଐତିହ୍ୟର ଜୀବନ୍ତ ଗାଥା । ଐତିହାସିକ ସ୍ଥଳରେ ଏଭଳି ଭୋଜି କରିବାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସେନେଇ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.