Latest Odisha News

BREAKING NEWS

ପ୍ରଦର୍ଶନ କଳାକୁ ପ୍ରୋତ୍ସାହିତ ଲକ୍ଷ୍ୟ; ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍‌ମିଂ ଆର୍ଟସ୍‌ ଏକାଡେମୀ ଶୁଭାରମ୍ଭ

ମୁମ୍ବାଇ: ଆଦିତ୍ୟ ବିର୍ଲା ଗ୍ରୁପ୍‌ ଭାରତର ଅନ୍ୟତମ ସର୍ବାଧିକ ଚର୍ଚ୍ଚିତ ସାଂସ୍କୃତିକ ପ୍ରତିଷ୍ଠାନକୁ ଏକ ନୂଆ ରୂପ ପ୍ରଦାନ କରିଛି । ଆଜି ଗୃପ ପକ୍ଷରୁ ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍‌ମିଂ ଆର୍ଟସ୍‌ ଏକାଡେମୀ ଶୁଭାରମ୍ଭ କରାଯାଇଛି । ଏହି ଶୁଭାରମ୍ଭ ଭାରତର ସ୍ୱାଧୀନତା ପୂର୍ବ ବର୍ଷଗୁଡିକରୁ ପିଢି ପରେ ପିଢି କଳାକାର ଏବଂ ଦର୍ଶକଙ୍କୁ ଗଠନ କରିଆସିଥିବା ଭାରତୀୟ ଜାତୀୟ ଥିଏଟର (ଆଇଏନ୍‌ଟି) ନିମନ୍ତେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ ହୋଇଛି ।

ଏକାଡେମୀକୁ ଏହାର ଚେୟାରପର୍ସନ ରାଜଶ୍ରୀ ବିର୍ଲା, ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଚେୟାରମ୍ୟାନ କୁମାର ମଙ୍ଗଳମ୍‌ ବିର୍ଲା, ନୀରଜା ବିର୍ଲା, ଅନନ୍ୟା ବିର୍ଲା ଏବଂ ଆର୍ୟମନ୍‌ ବିକ୍ରମ ବିର୍ଲାଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ ।

ଏହି ପ୍ରୟାସ ଆଦିତ୍ୟ ବିର୍ଲା ଗ୍ରୁପ୍‌ ଇତିହାସର ଏକ ନିରୂପଣକାରୀ ବୈଶିଷ୍ଟ୍ୟକୁ ପ୍ରତିଫଳିତ କରୁଛି । ତାହା ହେଉଛି ସ୍ଥାୟୀ ବିକାଶମୂଳକ ସମ୍ପତ୍ତି ହେଉଥିବା ପ୍ରତିଷ୍ଠାନଗୁଡିକର ସୃଷ୍ଟି । ପିଢି ପରେ ପିଢି ଏହି ଗ୍ରୁପ୍‌ ବିଦ୍ୟାଳୟ ସମୂହ, ବିଶ୍ୱବିଦ୍ୟାଳୟ ସମୂହ, ଡାକ୍ତରଖାନା, ଗବେଷଣା କେନ୍ଦ୍ର, ସାଂସ୍କୃତିକ ପ୍ରତିଷ୍ଠାନ ଏବଂ ଗୋଷ୍ଠୀ ମଞ୍ଚଗୁଡିକ ଜରିଆରେ ରାଷ୍ଟ୍ର-ନିର୍ମାଣରେ ଅର୍ଥ ନିବେଶ କରିଛି । ଆଇଏନ୍‌ଟି ପୁନଃ ପରିକଳ୍ପନା ସେହି ପରମ୍ପରାକୁ ପରିବର୍ଦ୍ଧିତ କରିଛି ଏବଂ ଏଭଳି ଏକ ସ୍ଥାନ ସୃଷ୍ଟି କରିଛି ଯେଉଁଠାରେ ଭାରତର କଳାତ୍ମକ ପରମ୍ପରାକୁ ସଂରକ୍ଷିତ, ପାଳନ ଏବଂ ଭବିଷ୍ୟତ ପିଢିଗୁଡିକ ନିମନ୍ତେ ପୁନଃବ୍ୟାଖ୍ୟାନ କରାଯାଇପାରିବ ।

ଏକ ପ୍ରଦର୍ଶନ କଳାର ସ୍ଥଳର ଊଦ୍ଧ୍ୱର୍ରେ ଏହି ଏକାଡେମୀକୁ କଳାତ୍ମକ ଉତ୍କର୍ଷ, ସମସ୍ତ ପ୍ରକାର ଥିଏଟର, ସଂଗୀତ ଓ ନୃତ୍ୟ କ୍ଷେତ୍ରରେ ପ୍ରତିଭାମାନଙ୍କୁ ପ୍ରୋତ୍ସାହନ ସହିତ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟରେ ମୂଳ ରଖୁଥିବା ନବସୃଜନ ଓ ପରୀକ୍ଷଣ ଆଦିକୁ ପ୍ରୋତ୍ସାହିତ କରିବାକୁ ପରିକଳ୍ପନା କରାଯାଇଛି ।

ଏହାର ଶୁଭାରମ୍ଭ ଅବସରରେ ରାଜଶ୍ରୀ ବିର୍ଲା କହିଥିଲେ, “ଆଇଏନ୍‌ଟି ଆଦିତ୍ୟ ବିର୍ଲା ଏକାଡେମୀ ହେଉଛି ଭାରତର ଅନନ୍ୟ କଳାତ୍ମକ ଐତିହ୍ୟ ଏବଂ ଏହି ପରମ୍ପରାକୁ ପିଢି ପରେ ପିଢି ଉଜ୍ଜୀବିତ ରଖିଥିବା ଅଗଣିତ ବ୍ୟକ୍ତିବିଶେଷଙ୍କ ପ୍ରତି ଆମର ସମ୍ମାନ ପ୍ରଦର୍ଶନ । ଏହା ଆଦିତ୍ୟ ବିକ୍ରମ ବିର୍ଲାଙ୍କର ସେହି ବିଶ୍ୱାସକୁ ଧାରଣ କରୁଛି ଯେ, ସୃଜନଶୀଳତା, ପରିକଳ୍ପନା ଏବଂ ସଂସ୍କୃତି ଏକ ସୁସଂହତ ସମାଜର ଅତ୍ୟାବଶ୍ୟକ ସ୍ତମ୍ଭ ଅଟେ ।

ଆମର ଆକାଂକ୍ଷା ହେଉଛି ଏଭଳି ଏକ ଅନୁଷ୍ଠାନ ସୃଷ୍ଟି କରିବା ଯାହା ଆମର ଶାସ୍ତ୍ରୀୟ ମୂଳଦୁଆକୁ ସମ୍ମାନ ପ୍ରଦର୍ଶନ କରିବ, ସମକାଳୀନ ଅଭିବ୍ୟକ୍ତିକୁ ଆପଣାଇବ ଏବଂ ନୂତନ ପ୍ରତିଭାମାନଙ୍କ ପାଇଁ ପଥ ଉନ୍ମୁକ୍ତ କରିବ । ସର୍ବୋପରି ଆମର ଆଶା, ଏହା ଏଭଳି ଏକ ରାଷ୍ଟ୍ରୀୟ ମଞ୍ଚ ପାଲଟିବ ଯେଉଁଠାରେ ଭାରତର ବିବିଧ ସାଂସ୍କୃତିକ ସ୍ୱର ସମ୍ମିଳିତ ହୋଇପାରିବ, ପରସ୍ପର ଅପରକୁ ପ୍ରେରଣା ପ୍ରଦାନ କରିବେ ଏବଂ ପ୍ରଦର୍ଶନ କଳାର ଭବିଷ୍ୟତ ଗଠନ କରିବେ ।”

ଏକାଡେମୀର ପରାମର୍ଶଦାତା ପରିଷଦରେ ଉସ୍ତାଦ ଅମଜାଦ୍‌ ଅଲ୍ଲୀ ଖାଁ, ଡ.ଏନ.ରାଜନ, ଶଙ୍କର ମହାଦେବନ୍‌, ଉଲହାସ କାଶଲକର, ଅୁରଣା ସାଇରାମ, ଲାଲଗୁଡି ଜିଜେଆର୍‌ କ୍ରିଷ୍ଣନ୍‌, ଲୁଇଜ୍‌ ବ୍ୟାଙ୍କସ୍‌, ବେଲା ସେଗଲ, ୟୁ.ରାଜେଶ, ସିଦ୍ଧାର୍ଥ ରୟ କପୁର, ରଜିତ କପୁର, ଟେରେନ୍‌ସ୍‌ ଲିୱିସ୍‌ ଏବଂ କ୍ଲିଣ୍ଟ ଭାଲାଡେୟାରସ୍‌ଙ୍କ ଭଳି ଭାରତର ପ୍ରଦର୍ଶନ କଳାରେ କେତେକ ସର୍ବାଧିକ ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ରହିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହାର ଶୁଭାରମ୍ଭ ଉତ୍ସବରେ ଉପସ୍ଥିତ ଥିଲେ ।

ଉଦ୍‌ଘାଟନୀ ସନ୍ଧ୍ୟାରେ ଭାରତର କଳାତ୍ମକ ଚିତ୍ରପଟର ସମୃଦ୍ଧ ଓ ବିବିଧତାକୁ ପାଳନ କରାଯାଇଥିଲା । ମୁଖ୍ୟ ଅତିଥି ଖ୍ୟାତିସମ୍ପନ୍ନ କବି, ଗୀତିକାର ଏବଂ ଚିତ୍ରନାଟ୍ୟ ଲେଖକ ଜାଭେଦ ଅଖତର ସାଇରସ୍‌ ସାହୁକାରଙ୍କ ସହିତ ଅନ୍ତର୍ଦୃଷ୍ଟିସମ୍ପନ୍ନ ବାର୍ତ୍ତାଳାପରେ ନିୟୋଜିତ ହୋଇଥିଲେ, ଯେଉଁଥିରେ ଭାରତର ସାଂସ୍କୃତିକ ବୈଭବକୁ ଆଗେଇ ନେବାରେ ବିତାଇଥିବା ଜୀବନର ପ୍ରତିଫଳନ ବାଣ୍ଟିବା ସହିତ ସ୍ଥିରତା, ସୃଜନଶୀଳତା ଏବଂ ଭବିଷ୍ୟତରେ ଥିବା ସୁଯୋଗଗୁଡିକ ସମ୍ପର୍କରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ।

ବିଶିଷ୍ଟ କଣ୍ଠଶିଳ୍ପୀ କୌଶିକି ଚକ୍ରବର୍ତ୍ତୀ ୪ ଜଣ କିମ୍ବଦନ୍ତୀ ସ୍ୱର ନୁର୍‌ ଜେହାଁ, ଶୋଭା ଗୁର୍ଟୁ, କିଶୋରୀ ଅମୋନକର ଏବଂ ବେଗମ୍‌ ଅଖତରଙ୍କ ସମ୍ମାନାର୍ଥେ ଏକ ଚମତ୍କାର ସାଂଗିତିକ ଶ୍ରର୍ଦ୍ଧାଞ୍ଜଳି ପରିବେଷଣ କରିଥିଲେ, ଯାହା ଏକାଡେମୀର ବୃହତ୍ତର ଲକ୍ଷ୍ୟକୁ ଧରି ରଖୁଥିବା ଏକ ପ୍ରଦର୍ଶନରେ ପରମ୍ପରା ଏବଂ ସମକାଳୀନ ବ୍ୟାଖ୍ୟାନକୁ ଏକତ୍ର ଗୁନ୍ଥିବାରେ ସଫଳ ହୋଇଥିଲା ।

ଆଇଏନ୍‌ଟିର ଉଦ୍ଭବ ୧୯୪୦ ଦଶକରୁ ପରିବ୍ୟାପ୍ତ ହୋଇଛି, ଯେତେବେଳେ ଭାରତରେ ସ୍ୱାଧୀନତା ସଂଗ୍ରାମ ଚାଲିଥିଲା । କମଳାଦେବୀ ଚଟ୍ଟୋପାଧ୍ୟାୟଙ୍କ ଭଳି ଦୂରଦ୍ରଷ୍ଟାଙ୍କ ମାର୍ଗଦର୍ଶନରେ ଏହି ପ୍ରତିଷ୍ଟାନ ଏହି ବିଶ୍ୱାସରୁ ଉଭା ହୋଇଥିଲା ଯେ, ସଂସ୍କୃତି ଓ ସୃଜନଶୀଳତା ହେଇଛି ଏକ ରାଷ୍ଟ୍ର ନିର୍ମାଣର ଅବିଚ୍ଛେଦ୍ୟ ଅଂଶ । ଦଶନ୍ଧି ଦଶନ୍ଧି ଧରି ଆଇଏନ୍‌ଟି ପି.ଏଲ.ଦେଶପାଣ୍ଡେ, ଡ. ଶ୍ରୀରାମ ଲାଗୁ, ଅମରିଶ ପୁରୀ, ସଦାଶିବ ଅମରାପୁରକର, ସ୍ମିତା ପାଟିଲ, ସଞ୍ଜୀବ କୁମାର, ଡିନା ପାଠକ, ଭକ୍ତି ବାର୍ଭେ, ରୋହିଣୀ ହାତ୍ତଙ୍ଗଡି, ଅଶୋକ ସରାଫ, ପରେଶ ରାୱଲ ଏବଂ ସ୍ୱରୂପ ସମ୍ପତଙ୍କ ସମେତ ଭାରତର କେତେକ ସର୍ବାଧିକ ପ୍ରଦର୍ଶନକାରୀଙ୍କ ନିମନ୍ତେ ଏକ ଉତ୍ପତ୍ତି ସ୍ଥଳ ପାଲଟିଥିଲା ।

ବିରଳ ସାଂଗୀତିକ ରେକର୍ଡିଂ, ପ୍ରଦର୍ଶନ ଏବଂ ଚଳଚ୍ଚିତ୍ରଗତ କୃତିଗୁଡିକୁ ସଂରକ୍ଷିତ କରୁଥିବା ଏକ ଉତ୍ସର୍ଗୀକୃତ ଅଭିଲେଖ କେନ୍ଦ୍ର ସ୍ଥାପନ ନିମନ୍ତେ ମଧ୍ୟ ଯୋଜନା କରାଯାଉଛି, ଯାହାଦ୍ୱାରା ଭବିଷ୍ୟତ ପିଢିଗୁଡିକ ନିମନ୍ତେ ଏକ ମୂଲ୍ୟବାନ ସାଂସ୍କୃତିକ ଭଣ୍ଡାର ସୃଷ୍ଟି କରାଯାଇପାରିବ ।

ଏକ ଅଣ-ଲାଭଜନକ ପ୍ରୟାସ ଭାବରେ ଏକାଡେମୀର ଲକ୍ଷ୍ୟ କଳାତ୍ମକ ଉକ୍ରର୍ଷର ଊଦ୍ଧ୍ୱର୍କୁ ମଧ୍ୟ ପରିବ୍ୟାପ୍ତ ଅଟେ । ସମ୍ପର୍କ ସ୍ଥାପନ, ଶିକ୍ଷା ଏବଂ ଗୋଷ୍ଠୀ ନିୟୋଜନତା ଜରିଆରେ ଏହା କଳାକୁ ବିଶେଷଭାବରେ ସେବାରୁ ବଞ୍ଚିତ ସମୁଦାୟଙ୍କ ନିମନ୍ତେ ଅଧିକ ସୁଲଭ୍ୟ କରିବାକୁ ଚାହୁଁଛି, ଯାହାଦ୍ୱାରା ଆତ୍ମବିଶ୍ୱାସ, ସୁଯୋଗ ଏବଂ ସାମାଜିକ ଅନ୍ତର୍ଭୁକ୍ତି ପାଇଁ ସୃଜନଶୀଳତାକୁ ଏକ ବାହନ ଭାବରେ ସମର୍ଥ କରାଯିବ ।

ଏହି ଉଦ୍‌ଘାଟନ ସହିତ ଏକାଡେମୀ ସମାଜକୁ ସୁଦୃଢ, ଜୀବନକୁ ସମୃଦ୍ଧ କରୁଥିବା ଏବଂ ‘ଫୋର୍ସ ଫର୍‌ ଗୁଡ’ ହେବା ନିମନ୍ତେ ଗ୍ରୁପ୍‌ର ସ୍ଥାୟୀ ଆକାଂକ୍ଷାକୁ ବହନ କରୁଥିବା ଆଦିତ୍ୟ ବିର୍ଲା ପ୍ରତିଷ୍ଠାନସମୂହର ଏକ ଦୀର୍ଘ ଧାରାରେ ଯୋଡି ହୋଇଛି ।

Leave A Reply

Your email address will not be published.