Latest Odisha News

BREAKING NEWS

shooting in Balasore: ବଜାରରେ ବ୍ୟବସାୟୀଙ୍କୁ ଗୁଳିମାଡ଼,୮ ରାଉଣ୍ଡ ଗୁଳି ଫୁଟିଥିବା ସିସିଟିଭିରୁ ସ୍ପଷ୍ଟ

ବାଲେଶ୍ବର:ଆଜି ବାଲେଶ୍ବର ସହରର ସହଦେବଖୁଣ୍ଟା ଥାନା ଅଧୀନ ଅରଡ଼ବଜାରରେ ଗୁଳିକାଣ୍ଡ ହୋଇଛି । ବାଇକରେ ୨ ଜଣ ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଛନ୍ତି। ଗୁଳିମାଡରେ ବ୍ୟବସାୟୀ ଶେଖ ହମିଦଙ୍କ ମୃତ୍ୟୁ ଘଟିଛି। ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୮ ରାଉଣ୍ଡ ଗୁଳିମାଡ଼ କରିଛନ୍ତି।

ଗୁଳି ଫୁଟିଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଶେଖ ହମିଦ ନିଜ କାରରେ ଅଡର ବଜାରକୁ ଆସୁଥିଲେ। ଏହି ସମୟରେ ଦୁଇ ଜଣ ଅଜଣା ଦୁର୍ବୃତ୍ତ ଏକ ବାଇକରେ ତାଙ୍କୁ ପିଛା କରୁଥିଲେ। ହମିଦ କାରରୁ ଓହ୍ଲାଇବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳିଚାଳନା କରି ଫେରାର ହୋଇଯାଇଥିଲେ।

ଏଥିରେ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

କିଏ ଓ କାହିଁକି ଗୁଳିମାଡ଼ କଲେ, ତାହା ସ୍ପଷ୍ଟ ହୋଇପାରି ନାହିଁ ।

Leave A Reply

Your email address will not be published.