ମୁମ୍ବାଇ: ଡନ ୩ ବିବାଦ ପରେ ଫରହାନ ଅଖତାର ସଲମାନ ଖାଁଙ୍କ ସହ ଏକ ବିଗ ବଜେଟ ଫିଲ୍ମ କରିବା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏବେ ତାଜା ରିପୋର୍ଟ ଅନୁସାରେ ଫରହାନ ୨୫ ବର୍ଷ ପରେ ସୈଫ ଅଲୀ ଖାଁଙ୍କୁ ନେଇ ମଧ୍ୟ ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ଏକ ଥ୍ରୀଲର ଫିଲ୍ମ ହେବ । ଫରହାନ ଏହାର ପ୍ରଡ୍ୟୁସର ରହିବେ, ତେବେ ନିର୍ଦ୍ଦେଶନା କିଏ ଦେବେ ତାହା ସ୍ପଷ୍ଟ କରାଯାଇନି । ସେହିପରି ଫିଲ୍ମର ଅଭିନେତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇ ନାହିଁ ।
ଏବେ ସ୍କ୍ରିପ୍ଟ ଉପରେ କାମ ଚାଲିଛି ଏବଂ ଚଳିତ ବର୍ଷ ଶେଷ ଭାଗରେ ଫିଲ୍ମର ଶୁଟିଂ ଆରମ୍ଭ ହୋଇଯିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ୨୦୦୧ରେ ଫରହାନ ନିର୍ଦ୍ଦେଶିତ ଦିଲ ଚାହାତା ହୈରେ ସୈଫ ଅଭିନୟ କରିଥିଲେ । ଏହା ପରେ ସେ ତାଙ୍କ ସହ ଆଉ କୌଣସି ଫିଲ୍ମ କରି ନ ଥିଲେ । ସଲମାନଙ୍କ ସହ ଫରହାନ ପିରିୟଡ ଫିଲ୍ମ କରିବାକୁ ଯାଉଛନ୍ତି । ଉଭୟଙ୍କ ମଧ୍ୟରେ ଅବଶ୍ୟ ଫିଲ୍ମକୁ ନେଇ କୌଣସି କଂଟ୍ରାକ୍ଟ ସାଇନ ହୋଇନି ।
