Latest Odisha News

BREAKING NEWS

ମେଡିକାଲ ଚେକ୍‌ଅପ୍‌ ପାଇଁ ଆସି ଅଭିଯୁକ୍ତ ଫେରାର

ମାଲକାନଗିରି:ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ମେଡିକାଲ ଚେକ୍‌ଅପ୍‌ ପାଇଁ ନେଉଥିବା ବେଳେ ଚିକିତ୍ସାଳୟ ନିକଟରୁ ସେ ଫେରାର ହୋଇଯାଇଛି । ସେ ହେଲେ ସିନ୍ଧ୍ରିମାଲ ଗ୍ରାମର ବିଶ୍ୱନାଥ ମାଡକାମି। ୨୦୨୦ରେ ବିଶ୍ୱନାଥ ମାଡକାମି ଗଞ୍ଜେଇ ଚୋରାଚାଲାଣ କରୁଥିବା ସମୟରେ ଅବକାରୀ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା। ପୋଲିସ ତାଙ୍କୁ ଧରିବା ନେଇ ଛାନଭିନ୍ କରୁଛି।

ସୂଚନାମୁତାବକ; ୨୦୨୦ରେ ବିଶ୍ୱନାଥଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ତେବେ ସେହି ସମୟରେ ସେ କୋର୍ଟରୁ ବେଲ୍‌ ରେ ବାହାରକୁ ବାହାରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବାରମ୍ବାର କୋର୍ଟରେ ହାଜର ହେବା ପାଇଁ ନୋଟିସ କରାଯାଇଥିଲେ ମାତ୍ର କୋର୍ଟ ଆଇନକୁ ଅବମାନନା କରିଥିଲେ । ଏଥିପାଇଁ ତାଙ୍କୁ ପୁନର୍ବାର ଗିରଫ କରାଯାଇଥିଲା ।
ଗିରଫ ପରେ ତାଙ୍କ ଶରୀରରେ କିଛି କ୍ଷତ ଚିହ୍ନ ଥିବା ପୋଲିସ ଦେଖି ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ନେଇଥିଲା। ଏହାପରେ ଗୁରୁବାର ଚିକିତ୍ସାଳୟରୁ ସେ କୌଶଳ କ୍ରମେ ଫେରାର ହୋଇଯାଇଥିଲେ ।

Leave A Reply

Your email address will not be published.